ଜାତୀୟ ୱେଲ୍‌ଡିଂ ଇଂଜିନିୟରିଂ ପ୍ରତିଯୋଗିତା: ସିଭି ରମଣ ଛାତ୍ରୀଙ୍କ କୃତିତ୍ବ

Advertisment
ଜାତୀୟ ୱେଲ୍‌ଡିଂ ଇଂଜିନିୟରିଂ ପ୍ରତିଯୋଗିତା: ସିଭି ରମଣ ଛାତ୍ରୀଙ୍କ କୃତିତ୍ବ

ଭୁବନେଶ୍ବର: ସର୍ବଭାରତୀୟ ମହିଳା ୱେଲ୍ଡିଙ୍ଗ୍ ଇଂଜନିୟରିଂ ପ୍ରତିଯୋଗିତାରେ ସିଭି ରମଣ ଆଇଟିଆଇ କଲେଜର ଛାତ୍ରୀମାନେ କୃତିତ୍ବ ଅର୍ଜନ କରିଛନ୍ତି। ଜାତୀୟସ୍ତରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ନାମୀ ଆଇଟିଆଇ କଲେଜରୁ ପ୍ରାୟ ୨ଶହ ଛାତ୍ରୀ ସାମିଲ ହୋଇଥିଲେ। ସିଭି ରମଣ କଲେଜର ଛାତ୍ରୀ ମମତା ପାଢ଼ୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଶୁଭସ୍ମିତା ଗଡ଼ନାୟକ, ପ୍ରତୀକ୍ଷା ପାଣିଗ୍ରାହୀ, ବନ୍ଦନା ଶିଖାସିଂହ, ଅପତି ବ୍ୟାସ ପ୍ରମୁଖ ୨ଟି ବିଭାଗରେ ଲିଗ୍ ଚାମ୍ପିଅନ୍ ହୋଇ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଲାଭ କରିଥିଲେ। ଏଆଇସିଟିଇ, ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ୱେଲ୍ଡିଂ ଓ ଫ୍ରୋନିଅସ୍ ଇଣ୍ଡିଆ ଲିମିଟେଡ୍‌ ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏନଏସ୍‌ଡିସି ମୁଖ୍ୟ ମନୀଷ କୁମାର ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଏଲ୍ ଆଣ୍ଡ ଟି ଉପସଭାପତି ରେଣୁକା ଗୁପ୍ତା, ଆଇଆଇ ଡବ୍ଲ୍ୟୁ ସିଇଓ ପରିମଳ ବିଶ୍ବାସ ଓ କ୍ୟାପିଟାଲ ଗୁଡ୍‌ସ ଅଧିକାରୀ ଆଇଏସ୍ ଗେହଲ୍‌ଟ ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ଭୁବନେଶ୍ବର ସରକାରୀ ଆଇଟିଆଇକୁ ୱେଲ୍ଡିଂ ଆଇଆଇଟି ମାନ୍ୟତା ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe