୫୦ ହଜାର ଦାବି କଲା ସାଇବର ସୁନ୍ଦରୀ ନେହା

Advertisment

ଭିଡିଓକୁ ନେଇ ହରଡ଼ଘଣାରେ ୩ ପିଜି ଛାତ୍ର

ଭିଡିଓକୁ ନେଇ ହରଡ଼ଘଣାରେ ୩ ପିଜି ଛାତ୍ର

୫୦ ହଜାର ଦାବି କଲା ସାଇବର ସୁନ୍ଦରୀ ନେହା

Reddit

ଭୁବନେଶ୍ବର: ପ୍ରଥମେ ଫ୍ରେଣ୍ଡ୍‌ ରିକ୍ବେଷ୍ଟ ଓ ପରେ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରି ୫୦ ହଜାର ଟଙ୍କା ଦାବି କରିଛି ସାଇବର ସୁନ୍ଦରୀ ନେହା। ଟଙ୍କା ନଦେଲେ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରି ବଦ୍‌ନାମ କରିବ ବୋଲି ବି ଧମକ ଦେଇଛି। ଏମିତି ଫସିଛନ୍ତି ୩ ପିଜି ଛାତ୍ର। ସାଇବର ସୁନ୍ଦରୀ ଜାଲ‌ରେ ପଡ଼ିଥିବା ବାଣୀବିହାର ଅଞ୍ଚଳର ଏହି ୩ ଛାତ୍ର ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ ନେହା ପଟେଲ୍‌ ନାମକ ଜଣେ ଯୁବତୀ ସେମାନଙ୍କୁ ପୃଥକ ପୃଥକ ଭାବେ ଫ୍ରେଣ୍ଡ ରିକ୍ବେଷ୍ଟ୍ ପଠାଇଥିଲା। ସେମାନେ ଏହାକୁ ଗ୍ରହଣ କରିବା ପରେ ନେହା ନିଜ ଆଡ଼ୁ ମେସେଜ୍ କରିଥିଲା। ପରେ ଅଶ୍ଳୀଳ ଚାଟିଂ କରିବା ସହିତ ଭିଡିଓ କଲ୍‌ରେ ଚାଟିଂ କରିଥିଲା। ଭିଡିଓ କଲ୍ କରିବା ଭିତରେ ନେହା ଉଲଗ୍ନ ହୋଇପଡ଼ିଥିଲେ। ଏହାର କିଛି ସମୟ ପରେ ଉକ୍ତ ଭିଡିଓ କଲ୍‌ର ରେକର୍ଡିଂ ଛାତ୍ରମାନଙ୍କ ହ୍ବାଟ୍ସଆପ୍‌ରେ ଆସିଥିଲା। ଭିଡିଓ ଡିଲିଟ୍ କରିବା ପାଇଁ ଟଙ୍କା ଦାବି କରିଥିଲା ନେହା। ୫୦ ହଜାର ଟଙ୍କା ନଦେଲେ, ଏହି ସବୁ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିବ ବୋଲି ଧମକ ଦେଇ ନେହା ସେମାନଙ୍କୁ ବ୍ଲାକମେଲ୍‌ କରିବା‌ ଆରମ୍ଭ କରିଦେଲା। ତଥାପି ଛାତ୍ରମାନେ ଟଙ୍କା ନଦେବାରୁ ନେହା ଉକ୍ତ ଭିଡିଓଗୁଡ଼ିକୁ ସେମାନଙ୍କ ପରିବାର ଲୋକଙ୍କୁ ପଠାଇଥିବା ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe