ଅବସରପ୍ରାପ୍ତ ଆଇଏଏସ୍‌ଙ୍କୁ ୨ଲକ୍ଷର ଚୂନ ଲଗାଇଲା ସାଇବର ଠକ

ରାଜଧାନୀରେ ଖୋଜୁଛି ରାଜସ୍ଥାନ ପୁଲିସ

ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ଭୁବନେଶ୍ୱର : ‘ସାର୍‌ ମୁଁ ଏସ୍‌ବିଆଇ ଏଟିଏମ୍‌ ସର୍ଭିସ୍‌ରୁ କହୁଛି। ଆପଣଙ୍କ ଏଟିଏମ୍‌ କାର୍ଡରେ ତ୍ରୁଟି ରହିଛି। ଖୁବ୍‌ଶୀଘ୍ର ଆପଣଙ୍କ କାର୍ଡ ବ୍ଲକ୍‌ ହୋଇଯିବ। ମୋତେ ଆପଣଙ୍କ ଏଟିଏମ୍‌ର ପ୍ରଥମ ଓ ଶେଷ ୪ଟି ଡିଜିଟ୍‌ କହନ୍ତୁ। ମୁଁ ଠିକ୍‌ କରିଦେବି। ଫୋନ୍‌ କଲ୍‌ରେ ଏଭଳି ଭୟ ଦେଖାଇ ରାଜସ୍ଥାନର ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଇନ୍ଦ୍ରଜିତ ସିଂହଙ୍କ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ନେଇଯାଇଛି ସାଇବର ଠକ। ଏହି ଠକ ଜଣକ ଭୁବନେଶ୍ବରରେ ଥିବା ଜାଣିବା ପରେ ତା’କୁ ଧରିବା ପାଇଁ ରାଜସ୍ଥାନ ଜୟପୁର ପୁଲିସର ଏକ ଟିମ୍‌ ରାଜଧାନୀରେ ଡେରା ପକାଇଛି।

ଗତ ମେ’ ୨୦ ତାରିଖରେ ଦିନେଶ ରାୟ ନାମକ ଜଣେ ଯୁବକ ଅବସରପ୍ରାପ୍ତ ଇନ୍ଦ୍ରଜିତଙ୍କୁ ଫୋନ୍‌ କରି ଏଟିଏମ୍‌ କାର୍ଡ ବ୍ଲକ୍‌ର ଭୟ ଦେଖାଇଥିଲା। ହେଲେ ଇନ୍ଦ୍ରଜିତ ସାଇବର ଠକର ଚାଲ୍‌ ବୁଝିନପାରି ଜାଲରେ ଫସି ଯାଇଥିଲେ। ତା’କୁ ସହଜରେ ବିଶ୍ବାସ କରି ଏଟିଏମ୍‌ କାର୍ଡର ନମ୍ବର ଦେଇଦେଇଥିଲେ। ନମ୍ବର ଦେବାର କିଛି ସମୟ ମଧ୍ୟରେ ତା‌ଙ୍କ ଆକାଉଣ୍ଟରୁ ବିଭିନ୍ନ ପର୍ଯ୍ୟାୟରେ ୨ଲକ୍ଷ ଟଙ୍କା କଟି ଯାଇଥିବା ମୋବାଇଲ୍‌କୁ ମେସେଜ୍ ଆସିଥିଲା। ଏହା ଦେଖି ଇନ୍ଦ୍ରଜିତ ଉକ୍ତ ନମ୍ବରକୁ ‌କଲ୍‌ କରିଥିଲେ। ହେଲେ କେହି ଜବାବ ଦେଇନଥିଲେ। ଆଉ କିଛି ସମୟ ପରେ ନମ୍ବରଟି ବନ୍ଦ ହୋଇଯାଇଥିଲା। ସେ ତୁରନ୍ତ ଜୟପୁର ପୁଲିସକୁ ଘଟଣା ବିଷୟରେ ଜଣାଇବା ସହ ବ୍ୟାଙ୍କକୁ ଫୋନ୍‌କରି ଆକାଉଣ୍ଟକୁ ଲକ୍‌ କରିବାକୁ କହିଥିଲେ। ଏ ନେଇ ଜୟପୁର ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ମୋବାଇଲ ନମ୍ବର ଟ୍ରାକିଂରୁ ଠକ ଜଣଙ୍କ ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଥିବା ଜଣାପଡ଼ିବା ପରେ ତାକୁ କାବୁ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe