ସାଇବର୍‌ ଠକର ନୂଆ କାରସାଦି: ବେକାରି ଭତ୍ତା ନାଁରେ ହଜାର ହଜାର ଯୁବଗୋଷ୍ଠୀଙ୍କୁ ଚୂନ

Advertisment

ନକଲି ନିଯୁକ୍ତି ସାଇଟ୍ ଖୋଲି ଲକ୍ଷାଧିକ ଟଙ୍କା ଚଳୁ

ନକଲି ନିଯୁକ୍ତି ସାଇଟ୍ ଖୋଲି ଲକ୍ଷାଧିକ ଟଙ୍କା ଚଳୁ

ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ଭୁବନେଶ୍ବର : ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଶିକ୍ଷିତ ବେକାରୀଙ୍କୁ ବାର୍ଷିକ ବେକାରି ଭତ୍ତା ଦେବେ। ତେଣୁ ଏହି ସରକାରୀ ଯୋଜନାର ଫାଇଦା ଉଠାଇବାକୁ ଚାହୁଥିଲେ ମାତ୍ର ୨୧୨ଟଙ୍କା ଦେଇ ୱେବ୍‌ସାଇଟ୍‌ରେ ନିଜ ନାମ ପଞ୍ଜୀକରଣ କରାଇ ନିଅନ୍ତୁ। ଏପରି ଲୋଭ ଦେଖାଇ ସାଇବର୍‌ ଠକ ରାଜ୍ୟର ହଜାର ହଜାର ବେକାର ଯୁବକ/ଯୁବତୀଙ୍କୁ ଚୂନ ଲଗାଇଛି। ଷ୍ଟେଟ୍ ରିଜିଓନାଲ୍ ବୋର୍ଡ ଅଫ୍ ଏମ୍ପ୍ଲୟମେଣ୍ଟ କର୍ପୋରେସନ୍(ଏସ୍‌ଆର୍‌ବିସି) ନାମରେ ଏକ ନକଲି ୱେବ୍‌ସାଇଟ୍‌ ଖୋଲି ନାମ ପଞ୍ଜୀକରଣ ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଛି। ଏ ସଂପର୍କରେ ଆଜି ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗକାରୀ ଜ୍ୟୋତିର୍ମୟୀ ପତିଙ୍କ କହିବାନୁଯାୟୀ, ତାଙ୍କର ଜଣେ ବନ୍ଧୁ ସରକାରଙ୍କ ଏହି ବେକାରି ଭତ୍ତା ଯୋଜନା ସଂପର୍କରେ ଅବଗତ କରାଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାର ବେକାର ଯୁବକ ଯୁବତୀଙ୍କୁ ମାସିକ ୩ହଜାର ଟଙ୍କା ଲେଖାଏଁ ହିସାବରେ ବର୍ଷକୁ ୩୬ ହଜାର ଟଙ୍କା ଦେବେ ବୋଲି ତାଙ୍କୁ କୁହାଯାଇଥିଲା। ଏଥିପାଇଁ ଆବେଦନକାରୀଙ୍କୁ ଆଧାରକାର୍ଡ, ପ୍ୟାନ୍ କାର୍ଡ, କୋଭିଡ୍‌ର ଦ୍ବିତୀୟ ଡୋଜ୍ ଟିକା ସାର୍ଟିଫିକେଟ୍, ମେଲ୍ ଆଇଡି, ଫୋନ୍ ନମ୍ବର ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡ଼ିବ। ପଞ୍ଜୀକରଣ ବାବଦକୁ ୨୧୨ଟଙ୍କା ଏକ ସଂସ୍ଥାର ବ୍ୟାଙ୍କ୍ ଆକାଉଣ୍ଟକୁ ଦେବାକୁ ପଡ଼ିବ। ଏସବୁ ପଠାଇବା ପାଇଁ ସାଇବର ଠକ ହ୍ବାଟ୍ସଆପ୍‌ରେ ଏସ୍‌ଆରବିସି ପ୍ରତୀକ ଥିବା ଏକ ନମ୍ବର ଜାରି କରିଛି। ଏହି ନମ୍ବରରେ ବ୍ୟକ୍ତିଗତ ତଥ୍ୟ ସମେତ ଟଙ୍କା ପଠାଇଥିବାର ଫଟୋ ପଠାଇଲେ ବାର୍ଷିକ ବେକାରି ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯୋଗ୍ୟ ବିବେଚିତ ହୋଇଛ କି ନାହିଁ, ସେଥିପାଇଁ srbc.in.net ଵେବସାଇଟ୍ ଯାଇ ଫଟୋ ଓ ଆଇଡି ଯାଞ୍ଚ୍ କରିବା ପାଇଁ ସେମାନେ ପରାମର୍ଶ ଦେଇଥାନ୍ତି ବୋଲି ଜ୍ୟୋତିର୍ମୟୀ ସୂଚନା ଦେଇଛନ୍ତି। ତେବେ ଏସ୍‌ଆରବିସି କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସେ ଟଙ୍କା ପଠାଇବା ସହ ତାଙ୍କର ଏହିଭଳି ଆହୁରି ଶତାଧିକ ସାଙ୍ଗ ଏହି ଠକେଇର ଶିକାର ହୋଇଥିବା ସେ କହିଛନ୍ତି।

ଏନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ସାଇବର ଠକ ଏସ୍‌ଆର୍‌ବିସି ନାଁରେ ୧୬ ଜୁଲାଇ ୨୦୨୧ରେ ଏକ ନକଲି ୱେବସାଇଟ୍ ଖୋଲିଥିଲା। ଓଡ଼ିଶା ସମେତ ସାରା ଦେଶରେ ହ୍ବାଟ୍ସଆପ୍ ଯୋଗେ ମିଥ୍ୟା ବାର୍ତ୍ତା ପ୍ରଚାର କରି କହିଥିଲା, ୨୦୨୨ ଜାନୁଆରି ୫ ସୁଦ୍ଧା ପଂଜୀକରଣ ନ କଲେ ବାର୍ଷିକ ବେକାରୀ ଭତ୍ତା ମିଳିବ ନାହିଁ। ଏହି ଆଧାରରେ ସବୁ ରାଜ୍ୟର ଲକ୍ଷ ଲକ୍ଷ ବେକାରୀ ଯୁବକ ଯୁବତୀ ୨୧୨ଟଙ୍କା ଦେଇ ପଂଜୀକରଣ କରିଥିଲେ। ଏହା ପରେ ସେମାନଙ୍କର ଫଟୋ, ନାଁ, ଆଇଡି ନମ୍ବର ଓ ମେଲ୍ ଆଇଡିକୁ ନେଇ ଏକ ସାଇଟ୍‌ରେ ପଂଜୀକରଣ ହୋଇଥିବା ଅପଲୋଡ୍ ହୋଇଥିଲା। ଏହି କ୍ରମରେ ଓଡ଼ିଶାରୁ ମଧ୍ୟ ଏହିଭଳି ହଜାର ହଜାର ପିଲା ଠକେଇର ଶିକାର ହୋଇଛନ୍ତି। ସିଧାସଳଖ କହିବାକୁ ଗଲେ ଏହା ସାଇବର ଠକଙ୍କ ଏକ ବଡ଼ ସ୍କାମ୍। ଏଥିରୁ ବର୍ତ୍ତିବାକୁ ହେଲେ ପ୍ରଥମେ ସ୍ଥାନୀୟ ନିଯୁକ୍ତି ବୋର୍ଡ ପାଖରୁ ଯାଞ୍ଚ୍ କରାଇ ନେବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe