ଫସିଲେ କନେଷ୍ଟବଳ: ୩୦ ହଜାର ନେଇଗଲା ସାଇବର୍‌ ସୁନ୍ଦରୀ

ସବ୍‌ସ୍କ୍ରାଇବର୍‌ ବଢ଼ାଇବା ଆଳରେ ୪୦ ହଜାର ଚଳୁ

Image Courtesy of Ottawa Citizen

ଭୁବନେଶ୍ବର : ଶେଷରେ ପୁଲିସ ବି ପଡ଼ିଗଲା ସାଇବର ଠକଙ୍କ ଜାଲରେ। ଜଣେ କନେଷ୍ଟବଳ ସାଇବର ସୁନ୍ଦରୀର ମାୟାଜାଲରେ ପଡ଼ି ୩୦ ହଜାର ଟଙ୍କା ହରାଇଛନ୍ତି। ପ୍ରଥମେ ଫେସ୍‌ବୁକରେ ବନ୍ଧୁତା, ବାର୍ତ୍ତାଳାପ ଓ ପରେ ପ୍ରେମ ସମ୍ପର୍କ ସ୍ଥାପନ। ଏହା ପରେ ନ୍ୟୁଡ୍ ଭିଡିଓ କଲ୍। ଶେଷରେ ବ୍ଲାକ୍‌ମେଲ କରି ସାଇବର ସୁନ୍ଦରୀ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳଙ୍କୁ ୩୦ ହଜାର ଟଙ୍କାର ଚୂନ ଲଗାଇଛି।

ସୂଚନାନୁସାରେ ଠକାମିର ଶିକାର ହୋଇଥିବା କନେଷ୍ଟବଳ ଏକଦା ଫେସ୍‌ବୁକ୍‌ରେ ଅଞ୍ଜଳି ଅଗ୍ରୱାଲ୍‌ ନାମକ ଜଣେ ଯୁବତୀଙ୍କ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଗ୍ରହଣ କରିଥିଲେ। ଧୀରେଧୀରେ ସେମାନଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ। ପରେ ଅଞ୍ଜଳି ନ୍ୟୁଡ୍‌ ଭିଡିଓ କରି ପ୍ରେମିକ କନେଷ୍ଟବଳଙ୍କୁ ଦେଖାଇଥିଲେ। ଏମିତି କିଛି ଦିନ ଚାଲିବା ପରେ ହଠାତ୍ ବ୍ଲାକମେଲ୍ କରିବା ଆରମ୍ଭ କଲା ଅଞ୍ଜଳି। ୩୦ ହଜାର ଟଙ୍କା ନଦେଲେ, ସେ ଭିଡିଓ ସବୁକୁ ଭାଇରାଲ୍‌ କରାଇ ତାଙ୍କୁ ସମାଜରେ ନିନ୍ଦିତ କରାଇବ ବୋଲି ଧମକ ଦେଇଥିଲା। ହଠାତ୍ ଏଭଳି କଥା ଶୁଣିବା ପରେ କନେଷ୍ଟବଳଙ୍କ ମୁଣ୍ଡରେ ବୁଦ୍ଧି ପଶିଲା। କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀରେ ପହଞ୍ଚିଥିଲା। କାନମୁଣ୍ଡା ଆଉଁସି ପ୍ରେମିକ କନେଷ୍ଟବଳ ୩୦ ହଜାର ଟଙ୍କା ଅନ୍‌ଲାଇନ୍‌ ଯୋଗେ ପଠାଇଥିଲା। ମାତ୍ର ଏତିକିରେ ସାଇବର ସୁନ୍ଦରୀ ଅଞ୍ଜଳିର ବ୍ଲାକ୍‌ମେଲ ବନ୍ଦ ହୋଇନାହିଁ। ଏବେ ବି ଭିଡିଓ ଭାଇରାଲ୍ କରିବା ଧମକ ଦେଇ ଟଙ୍କା ମାଗୁଛି। ଲୋକଲଜ୍ଜା ଭୟରେ କନେଷ୍ଟବଳ ଅଭିଯୋଗ କରିପାରୁନାହାନ୍ତି। କିନ୍ତୁ ଏବେ ବାଧ୍ୟ ହୋଇ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe