ସାଇବର ଠକର ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ବେଶ, ଚୂନ ଲଗାଇ ଲୁଟିନେଲା ୬୦ ହଜାର

Advertisment

ହ୍ବାଟସ୍‌ଆପ୍‌ରେ ଆସବାବପତ୍ର ଲୋଡିଂ ଫଟୋ, ଆହୁରି ଲୁଟିଥାଆନ୍ତା

ହ୍ବାଟସ୍‌ଆପ୍‌ରେ ଆସବାବପତ୍ର ଲୋଡିଂ ଫଟୋ, ଆହୁରି ଲୁଟିଥାଆନ୍ତା

ସାଇବର ଠକର ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ବେଶ, ଚୂନ ଲଗାଇ ଲୁଟିନେଲା ୬୦ ହଜାର

ଭୁବନେଶ୍ବର : ବର୍ଦ୍ଦି ପିନ୍ଧି ସିଆର୍‌ପିଏଫ୍ କମାଣ୍ଡାଣ୍ଟ ବେଶରେ ଭିଡିଓ କଲା। ଟ୍ରକ୍‌ରେ ପଲଙ୍କ, ଡାଇିନିଂ ସେଟ୍‌, ଟିଭି, ୱାସିଂ ମେସିନ୍‌, ଏସି, ରେଫ୍ରିଜରେଟର ଆଦି ଲଦା ହେଉଥିବାର ଭିଡିଓ ମଧ୍ୟ ପଠାଇଲା। ଏସବୁ ଦେଖିବା ପରେ ବ୍ୟବସାୟୀଙ୍କର ସନ୍ଦେହ ମୋଚନ ହୋଇଥିଲା ଓ ସେ ଅନ୍‌ଲାନଇନ୍‌ରେ ୬୦ ହଜାର ଟଙ୍କା ପଠାଇଦେଲେ। ଘରେ ଟ୍ରକ୍‌ ପହଞ୍ଚିବା ପରେ ପରେ ବାକି ୧.୯୦ ଲକ୍ଷ ଟଙ୍କା ପଠାଇବେ ବୋଲି କଥା ଛିଡିଲା। କିନ୍ତୁ ୬୦ ହଜାର ଟଙ୍କା ପଠାଇବା ପରେ ଘଣ୍ଟା ଘଣ୍ଟା ବିତିଗଲା ସିନା ଆସବାବପତ୍ର ବୋଝେଇ ଟ୍ରକ୍‌ର ଦେଖାମିଳିନଥିଲା। ଏମିତିକି ନକଲି କମାଣ୍ଡାଣ୍ଟଙ୍କ ଫୋନ୍‌ ସୁଇଚ୍‌ ଅଫ୍ ହୋଇଗଲା। ଏତେବେଳେ ଯାଇ ବ୍ୟବସାୟୀ ଜଣକ ଠକାମିର ଶିକାର ହେଲେ ବୋଲି ବୁଝିଲେ ଓ କାନମୁଣ୍ଡା ଆଉଁସି ସାଇବର ଥାନାର ଦ୍ବାରସ୍ଥ ହେଲେ।

ସାଇବର ଠକ ଜାଲରେ ଫସି ୬୦ ହଜାର ଟଙ୍କା ହରାଇଥିବା ବ୍ୟବସାୟୀ ସନ୍ତୋଷ ମହାନ୍ତିଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ପରେ ଭିଡିଓ କଲ୍‌ କରିଥିଲା। ସେତେବେଳେ ସେ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୋଷାକ ପିନ୍ଧିଥିଲା। ‌ତେଣୁ ନକଲି କି ଅସଲି ଜାଣିବା ସମ୍ଭବ ହୋଇନଥିଲା। କଥାବାର୍ତ୍ତାରୁ ବି ସେ ନକଲି ବୋଲି ବୁଝିବା କଷ୍ଟକର ଥିଲା। ଭୁବନେଶ୍ବରରୁ ଜମ୍ମୁ ବଦଳି ହେଉଥିବାରୁ ସେ ଘରର ପୁରୁଣା ଆସବାବପତ୍ର ବିକ୍ରି କରିବାକୁ ଚାହୁଥିବା କହିଥିଲା। ଭିଡିଓ କଲ୍‌ କରି ସେ ଟିଭି, ଏସି, ପଲଙ୍କ, ଡାଇନିଂ ସେଟ୍‌, ୱାସିଂ ମେସିନ ସବୁ ଦେଖାଇଥିଲା। ପୁରୁଣା ହେଲେ ବି ସବୁଗୁଡ଼ିକ ଭଲ ଥିଲା। ୧୦ ଲକ୍ଷ ଟଙ୍କାର ଜିନିଷସବୁକୁ ସେ ମାତ୍ର ଅଢ଼େଇ ଲକ୍ଷ ଟଙ୍କାରେ ଦେଇଦେବ ବୋଲି କହିଥିଲା। ତେବେ ପାଖକୁ ଯାଇ ଜିନିଷପତ୍ର ସବୁ ଦେଖିବାକୁ ସନ୍ତୋଷ କହିବାରୁ ସେ କରୋନା ଆଳରେ ମନା କରିଥିଲା। ନ‌େଲେ ନିଅ ନହେଲେ ନାହିଁ, ଆହୁରି ଗ୍ରାହକ ଲାଇନ୍‌ରେ ଅଛନ୍ତି ବୋଲି କହିଥିଲା। ତେବେ ଜିନିଷପତ୍ର ଟ୍ରକ୍‌ରେ ଲଦା ହେଲା ଭିଡିଓ ଦେଖାଇବା ପରେ ଅଗ୍ରୀମ ଆକାରରେ ୬୦ ହଜାର ଟଙ୍କା ଦେବାକୁ କଥା ଛିଡ଼ିଲା। ଘରେ ଜିନିଷପତ୍ର ପହଞ୍ଚିବା ପରେ ବାକି ତକ ଟଙ୍କା ଦେବାକୁ କହିଥିଲା। ସେହି ଅନୁସାରେ ନକଲି କମାଣ୍ଡାଣ୍ଟ ଏକ ଟ୍ରକ୍‌ରେ ଜିନିଷପତ୍ର ଲଦା ହେଉଥିବାରୁ ଭିଡିଓ ପଠାଇଲେ। ତେଣୁ ବିଶ୍ବାସ କରି ସନ୍ତୋଷ ଗୁଗୁଲ୍ ପେ’ ଜରିଆରେ ୬୦ ହଜାର ଟଙ୍କା ପଠାଇଦେଲେ। ଏହା ପରେ ନକଲି କମାଣ୍ଡାଣ୍ଟର ଫୋନ୍ ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe