ଖଣ୍ଡଗିରି: ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ପକ୍ଷରୁ କମିସନରେଟ୍ ପୁଲିସ ସହଯୋଗରେ ‘ୱି କେୟାର ଇନିସିଏଟିଭ୍’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆତ୍ମହତ୍ୟା ନିବାରଣ, ସାଇବର୍ ଅପରାଧ ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିସହିତ ପୁଲିସ କମିସନର ଆଇପିଏସ୍ ସୁରେଶ ଦେବଦତ୍ତ ସିଂହଙ୍କ ଦ୍ୱାରା ରକ୍ତଦାନ ଶିବିରର ଉଦ୍ଘାଟନ କରାଯାଇଥିଲା। ସ୍ୱେଚ୍ଛାସେବୀ ଓ ରକ୍ତଦାତାମାନଙ୍କୁ କମିସନର୍ ଉତ୍ସାହିତ କରିବା ସହିତ ଛାତ୍ରଛାତ୍ରୀ ସାମାଜିକ କଲ୍ୟାଣ କାର୍ଯ୍ୟକଳାପରେ ସକ୍ରିୟ ରହିବାକୁ ପରାମର୍ଶ ଦେଇଥିଲେ।
ବରିଷ୍ଠ ପୁଲିସ ଅଧିକାରୀ ସୁବ୍ରତ କୁମାର ଓ ଅକ୍ଷୟ ନାୟକଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା। ଯୁବପିଢ଼ିଙ୍କ ମଧ୍ୟରେ ସାଇବର୍ ଅପରାଧ ଓ ଏନେଇ ସଚେତନତା, ସତର୍କତା ଏବଂ ସକାରାତ୍ମକ ଅବଲମ୍ବନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ,ସି.ଭି. ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଉପକୁଳପତି ପ୍ରଫେସର ବଂଶୀଧର ମାଝୀ ଓ ସିଜିୟୁର ପ୍ରତିଷ୍ଠାତା ସଭାପତି ସଞ୍ଜୀବ କୁମାର ରାଉତ ଯୋଗ ଦେଇଥିଲେ। ସିଜିୟୁର ସୌମ୍ୟା ମିଶ୍ରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କମିସନରେଟ୍ ପୁଲିସର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
Follow Us