ନେଇପାରିଲାନି ସାଇବର ଠକ, ଫେରିଲା ୭୫ ହଜାର

Advertisment
ସିବିଆଇ ଅଫିସର ହୋଇ ସାଇବର ଠକ ଡାକ୍ତରଙ୍କଠୁ ଲୁଟିଲା ୪ ଲକ୍ଷ

ଭୁବନେଶ୍ବର : ସାଇବର ଥାନାରେ ତ୍ବରିତ୍‌ ଅଭିଯୋଗ କରିବା କାରଣରୁ ପୁଣି ଜଣେ ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି ବର୍ତ୍ତି ଯାଇଛନ୍ତି। ଅଭିଯୋଗ ପାଇବା ମାତ୍ରେ ସାଇବର ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ସାଇବର ଠକ ଟଙ୍କା ନେଇପାରିନାହିଁ। ଅଭିଯୋଗର ମାତ୍ର ୨୫ ମିନିଟ୍‌ ମଧ୍ୟରେ ସାଇବର ଥାନା ପୁଲିସ ଆକାଉଣ୍ଟକୁ ସିଜ୍‌ କରିବା ସହ କଟିଥିବା ଟଙ୍କାକୁ ଅଟକାଇବାରେ ସଫଳ ହୋଇଛି।

ସୂଚନାନୁସାରେ ପ୍ରଭାତ ପରିଡ଼ାଙ୍କର ଏସ୍‌ବିଆଇ କ୍ରେଡିଟ୍ କାର୍ଡ ଅଛି। ଉକ୍ତ କାର୍ଡର ଇନ୍‌ସ୍ୟୁରାନ୍‌ସକୁ ନିଷ୍କ୍ରିୟ କରିବାକୁ ସେ ବାରମ୍ବାର ଏସ୍‌ବିଆଇ କାର୍ଯ୍ୟାଳୟର ଦ୍ବାରସ୍ଥ ହେବା ପରେ ବି ହୋଇପାରିନଥିଲା। ତେଣୁ ସେ ଗୁଗୁଲ୍‌ରେ ଏସ୍‌ବିଆଇର କଷ୍ଟମର୍ କେୟାର୍ ନମ୍ବର ଖୋଜି ଏହି ସମସ୍ୟାର ସମାଧାନ କରିବେ ବୋଲି ଚେଷ୍ଟା କରିଥିଲେ। ଏସ୍‌ବିଆଇ କଷ୍ଟମର୍ କେୟାର୍ ନମ୍ବର ଖୋଜୁଖୋଜୁ ସେ ସାଇବର ଠକ ହାବୁଡ଼ରେ ପଡ଼ିଥିଲେ। ସାଇବର ଠକ ପ୍ରଭାତଙ୍କୁ ଫୋନ୍ କରି ନିଜକୁ ଏସ୍‌ବିଆଇ କର୍ମଚାରୀ ବୋଲି ପରିଚୟ ଦେଇଥିଲା। କାର୍ଡ ଇନ୍‌ସ୍ୟୁରାନ୍‌ସ ନିଷ୍କ୍ରିୟ କରିବା ପାଇଁ କହି ତାଙ୍କ ମୋବାଇଲ୍‌ରେ ଏନି ଡେସ୍କ ଆପ୍ ଡାଉନ୍‌ଲୋଡ୍ କରିଥିଲା। ଏହା ପରେ ତାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୭୫ହଜାର ୯ଶହ ୮୫ଟଙ୍କାକୁ ପେଟିଏମ୍ ଦ୍ବାରା ନିଜ ଆକାଉଣ୍ଟ୍‌କୁ ସ୍ଥାନାନ୍ତର କରାଇଥିଲା। ଠକେଇ କଥା ଜାଣିବା ମାତ୍ରେ ପ୍ରଭାତ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe