ଗୁରୁପୂର୍ଣ୍ଣିମାରେ ଗୁରୁଙ୍କ ନାଁ ନେଇ ଛାତ୍ରଙ୍କୁ ଟାର୍ଗେଟ୍ କଲେ ସାଇବର ଠକ

Advertisment

ଫେସବୁକ୍ ଆକାଉଣ୍ଟ୍ କ୍ଲୋନିଂ କରି ପ୍ରଫେସରଙ୍କ ନାଁରେ ଟଙ୍କା ଲୁଟିବାକୁ ଉଦ୍ୟମ

ଫେସବୁକ୍ ଆକାଉଣ୍ଟ୍ କ୍ଲୋନିଂ କରି ପ୍ରଫେସରଙ୍କ ନାଁରେ ଟଙ୍କା ଲୁଟିବାକୁ ଉଦ୍ୟମ

ଗୁରୁପୂର୍ଣ୍ଣିମାରେ ଗୁରୁଙ୍କ ନାଁ ନେଇ ଛାତ୍ରଙ୍କୁ ଟାର୍ଗେଟ୍ କଲେ ସାଇବର ଠକ

ଭୁବନେଶ୍ବର : ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସାଇବର ଠକ ଏବେ ଗୁରୁଙ୍କ ନାଁ ନେଇ ଛାତ୍ରଙ୍କୁ ଠକିବାକୁ ଉଦ୍ୟମ କରିଛନ୍ତି। ଜଣେ ନୁହେଁ, ଏକାଧିକ ଛାତ୍ରଙ୍କୁ ସାମାଜିକ ଗଣମାଧ୍ୟମରେ ଜଣେ ପ୍ରଫେସରଙ୍କ ନାଁରେ ଟଙ୍କା ମାଗିଛି ହ୍ୟାକର୍। କାହାକୁ ଜରୁରୀକାଳୀନ ସହାୟତା ପାଇଁ ଟଙ୍କା ମାଗିଥିବା ବେଳେ ଆଉ କାହାକୁ ଅସୁବିଧାରେ ପଡ଼ିଛି କହି ଫୋନ୍ ପେ'ରେ ଟଙ୍କା ପଠାଇବାକୁ କହିଛି ସାଇବର ଠକ। ଏଭଳି ଏକ ଅଭାବନୀୟ ଘଟଣା ଆଜି ଜଣେ କିଟ୍ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକଙ୍କ ଛାତ୍ରମାନଙ୍କ ସହ ଘଟିଛି।

ପ୍ରାଧ୍ୟାପକ କାମାକ୍ଷା ସିଂହଙ୍କ କହିବାନୁଯାୟୀ, ଆଜି ଗୁରୁପୂର୍ଣ୍ଣିମା ଅବସରରେ ତାଙ୍କୁ ସକାଳୁ ସକାଳୁ କିଛି ପୁରାତନ ଛାତ୍ର ଫୋନ୍ କରିଥିଲେ। ଫୋନ୍‌ କରି ଶୁଭେଚ୍ଛା ଜଣାଇବା ସହିତ ସାମାଜିକ ଗଣମାଧ୍ୟମରେ ଯେଉଁ ଟଙ୍କା ମାଗିଥିଲେ, ସେଥିପାଇଁ ତାଙ୍କ ଆକାଉଣ୍ଟ୍ ନମ୍ବର ଦେବାକୁ ଅନୁରୋଧ ବି କରିଥିଲେ। ଏପରିକି କିଛି ବିଦ୍ୟାର୍ଥି ସାର୍ ଅସୁବିଧାରେ ପଡ଼ିଛନ୍ତି ବୋଲି ଭାବି ଟଙ୍କା ମଧ୍ୟ ହ୍ୟାକର୍ ଆକାଉଣ୍ଟକୁ ପଠାଇଥିଲେ। ମାତ୍ର କୌଣସି କାରଣବଶତଃ ଟଙ୍କା କଟି ନ ଥିବାରୁ ସମ୍ଭବତଃ କେହି ଠକେଇର ଶିକାର ହୋଇନଥିବା ଜଣାପଡ଼ିଛି। ଅଧିକ ତନାଘନା କରିବାରୁ ଜଣାପଡ଼ିଲା ଯେ ସାଇବର ଠକ ତାଙ୍କ ଫେସବୁକ୍ ଆକାଉଣ୍ଟ୍‌କୁ କ୍ଲୋନିଂ କରି ତାଙ୍କ ଛାତ୍ରମାନଙ୍କୁ ଟଙ୍କା ମାଗିଛି। ଏହା ଜାଣିବା ପରେ ସମସ୍ତଙ୍କ ଅବଗତି ପାଇଁ ଫେସବୁକ୍‌ରେ ଏ ସଂପର୍କରେ ପୋଷ୍ଟ କରିବା ସହିତ ଭୁବନେଶ୍ବର ସାଇବର ସେଲ୍‌କୁ ଅଭିଯୋଗ କରିଛନ୍ତି। ତେବେ ସାଇବର ସେଲ୍ ସହ ଯୋଗାଯୋଗ କରିବାକୁ ତାଙ୍କୁ ସାଢ଼େ ୪ଘଣ୍ଟା ଲାଗିଲା ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe