ଭୁବନେଶ୍ୱରରୁ ୮ ସାଇବର ଠକଙ୍କୁ ଗିରଫ କଲା ତେଲେଙ୍ଗାନା ପୁଲିସ

Advertisment

ଶିଳ୍ପପତିଙ୍କୁ ଦେଢ଼ କୋଟିର ଚୂନ

ଶିଳ୍ପପତିଙ୍କୁ ଦେଢ଼ କୋଟିର ଚୂନ

ନାବାଳିକାଙ୍କୁ ପ୍ରେମ ଓ ପ୍ରତାରଣା, ଯୁବକ ଗିରଫ

Image Courtesy of India Today

ଭୁବନେଶ୍ବର : ଜଣେ ଶିଳ୍ପପତିଙ୍କୁ ଦେଢ଼ କୋଟି ଟଙ୍କାର ଚୂନ ଲଗାଇଥିବା ଏକ ସାଇବର ଠକ ଗ୍ୟାଙ୍ଗ୍‌କୁ ଠାବ କରିଛି ତେଲେଙ୍ଗାନା ପୁଲିସ। ମାଷ୍ଟରମାଇଣ୍ଡକୁ ହାଇଦ୍ରାବାଦ୍‌ରୁ ଗିରଫ କରିବା ପରେ ତେଲେଙ୍ଗାନା ପୁଲିସ ଭୁବନେଶ୍ବରରୁ ଆଉ ୮ ଜଣଙ୍କୁ ମଙ୍ଗଳବାର କବ୍‌ଜାକୁ ନେଇଛି। ସେମାନଙ୍କୁ କମିସନରେଟ୍‌ ପୁଲିସର ଏକ ଥାନାରେ ଅଟକ ରଖି ଅଧିକ ଖୋଳତାଡ୍‌ ଚାଲିଛି ଓ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଇବା ପରେ ତେଲେଙ୍ଗାନା ପୁଲିସ ସେମାନଙ୍କୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେବ।

ସୂଚନାନୁସାରେ ହାଇଦ୍ରାବାଦ୍‌ରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ସହ ଭୁବନେଶ୍ବରର ୮ ଜଣ ଏହି ଗ୍ୟାଙ୍ଗ୍‌ର ସଦସ୍ୟ। ଏମାନେ ଜଣେ ଶିଳ୍ପପତିଙ୍କୁ ଟାର୍ଗେଟ୍‌ କରିଥିଲେ। କିଏ ନିଜକୁ ବ୍ୟାଙ୍କ ମ୍ୟାନେଜର ତ କିଏ ବ୍ୟାଙ୍କ ଅଧିକାରୀ ବୋଲି ପରିଚୟ ଦେଇ ଅନ୍‌ଲାଇନ୍‌ ଯୋଗେ ଶିଳ୍ପପତିଙ୍କ ସହ ଯୋଗାଯୋଗ କରିଥିଲେ। ନୂଆ ନୂଆ ସ୍କିମ୍‌ରେ ପୁଞ୍ଜି ଲଗାଇବାକୁ ଅଫର୍‌ ଦେଇଥିଲେ। ଅଧିକ ରିଟର୍ଣ୍ଣ ବ୍ୟବସ୍ଥା ଥିବା କହି ପ୍ରଲୋଭନ ଦେଖାଇଥିଲେ। ଏମିତିକି ସେମାନେ ଅନ୍ୟ କିଛି ବଡ଼ବଡ଼ ଶିଳ୍ପପତିଙ୍କ ପୁଞ୍ଜିନିବେଶ କଥାର ଉଦାହରଣ ଦେଇ ଶିଳ୍ପପତିଙ୍କୁ ଫସାଇଥିଲେ। ଶିଳ୍ପପତିଜଣକ ଏହି ରୢାକେଟ୍‌ର ଚାଲ୍ ବୁଝିନପାରି ବିଶ୍ବାସ କରିଥିଲେ ଓ ଆର୍ଥିକ କାରବାର ଆରମ୍ଭ କରିଥିଲେ। ଏମିତିରେ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ ଦେଢ଼ କୋଟି ଟଙ୍କା ନେଇ ଏହି ରୢାକେଟ୍‌ ପାର୍ ହୋଇଗଲା। ଏହା ଜାଣିବା ପରେ ସେ ହାଇଦ୍ରାବାଦ୍‌ ପୁଲିସରେ ଅଭିଯୋଗ କରିଥିଲେ ଓ ପୁଲିସ ସେଠାରୁ ମାଷ୍ଟରମାଇଣ୍ଡକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତା’ଠାରୁ ସୂଚନା ପାଇ ଗତ ଦୁଇ ଦିନ ହେଲା ତେଲେଙ୍ଗାନା ପୁଲିସ ଭୁବନେଶ୍ବର ଆସି ଡେରା ପକାଇଥିଲା। ଆଜି ସକାଳେ ପୁଲିସ ଟିମ୍‌ ଉକ୍ତ ଗ୍ୟାଙ୍ଗ୍‌ର ଜଣକୁ ଆଇଗିଣିଆ ଅଞ୍ଚଳରେ ଠାବ କରି ଚଢ଼ଉ କରିଥିଲା ଓ ତାକୁ କାବୁ କରିଥିଲା। ତେବେ ଧୂର୍ତ୍ତ ପୁଲିସକୁ ଚକ୍‌ମା ଦେବାକୁ ତୁରନ୍ତ ଏକ ଫନ୍ଦି ପାଞ୍ଚିଥିଲା ଓ ତା’ ଗ୍ୟାଙ୍ଗ୍‌ର ଅନ୍ୟ ଜଣେ ୟୁନିଟ୍‌-୯ ଅଞ୍ଚଳରେ ଏକ ଖଟିରେ ଥିବା କହିଥିଲା। ତେଣୁ ପୁଲିସ ଟିମ୍‌ ତାକୁ ଧରି ଉକ୍ତ ଖଟିରେ ପହଞ୍ଚିବା ମାତ୍ରେ ଠକ ଅଚାନକ ପୁଲିସ ଟିମ୍‌କୁ ମାଡ଼ ମାରି ଖସି ପଳାଇବାକୁ ଉଦ୍ୟମ କରିଥିଲା। ଠେଲାପେଲା ହେବାରୁ ଖଟିର ଯୁବକମାନେ ସାଦାପୋଷ‌ାକରେ ଥିବା ପୁଲିସକୁ ପ୍ରତିରୋଧ କରିଥିଲେ। ମାତ୍ର ସେମାନେ ପୁଲିସ ବୋଲି ଜାଣିବା ପରେ ଯୁବକମାନେ ପଛଘୁଞ୍ଚା ଦେଇଥିଲେ। ଫଳରେ ଠକର ଖସିବା ବାଟ ବନ୍ଦ ହୋଇଯାଇଥିଲା। ଏହା ପରେ ତା’ଠୁ ସୂଚନା ପାଇ ପୁଲିସ ଅନ୍ୟ ୭ ଜଣଙ୍କୁ ଧରିଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe