ଉତ୍ପାତ କଲେଣି ସାଇବର ଠକ: ଆତଙ୍କ ଖେଳାଇ ଲୁଟି ଚାଲିଛନ୍ତି, ସତର୍କ ରହିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ

Advertisment

ରେଳ ଅଧିକାରୀଙ୍କୁ ୭୧ ହଜାରର ଚୂନ

ରେଳ ଅଧିକାରୀଙ୍କୁ ୭୧ ହଜାରର ଚୂନ

ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

New York Post

ଭୁବନେଶ୍ବର : ହୋସ୍ ଉଡ଼ାଇଲେଣି ସାଇବର ଅପରାଧୀ। ଆତଙ୍କ ଖେଳାଇ ଲୁଟି ଚାଲିଛନ୍ତି। ୟୋନୋ ଆପ୍ ଡାଉନଲୋଡ୍ ନାଁରେ ଜଣେ ରେଳବାଇ ଅଧିକାରୀଙ୍କଠାରୁ ଲୁଟି ନେଇଛନ୍ତି ୭୧ ହଜାର ଟଙ୍କା। ଲୁଟ୍‌ର ଶିକାର ହୋଇଛନ୍ତି ରେଳବିହାରରେ ରହୁଥିବା ନିର୍ମଳ ଚନ୍ଦ୍ର ଦାସ। ଏ ନେଇ ସେ କମିସନରେଟ ପୁଲିସର ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ନିର୍ମଳଙ୍କ ମୋବାଇଲରେ ଥିବା ଏସବିଆଇ ୟୋନୋ ଆପ୍ ବ୍ଲକ୍ ହୋଇ ଯାଇଥିଲା। ତେଣୁ ସେ ପୁରୁଣା ଆପକୁ ଡିଲିଟ୍ କରି ନୂଆ ଆପ୍ ଲୋଡ୍ କରିବା ପାଇଁ ଚାହିଥିଲେ। ପ୍ଲେ’ ଷ୍ଟୋର୍‌ରୁ ନୂଆ ଆପ୍ ଲୋଡ୍ କରିଥିଲେ। କିନ୍ତୁ ପୁରୁଣା ପାସୱାର୍ଡ ଦେଇଥିଲେ ମଧ୍ୟ ଆପ୍ ଖୋଲି ନ ଥିଲା। ଏହା ପରେ ସେ ଷ୍ଟେଟ୍ ବ୍ୟାଙ୍କ ହେଲପ ଲାଇନକୁ ଫୋନ୍ କରିଥିଲେ। କିନ୍ତୁ ସେହି ଲାଇନ୍ ବ୍ୟସ୍ତ ଥିବା କହିଥିଲା। କିଛି ସମୟ ପରେ ତାଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ୟୋନୋ କର୍ମଚାରୀ ବୋଲି କହିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ନିର୍ମଳ ତା’ କଥାରେ ରାଜି ହୋଇ ନ ଥିଲେ ମଧ୍ୟ ମୋବାଇଲ ଫୋନକୁ ଆସିଥିବା ଏକ ଲିଙ୍କ ଓପନ୍ କରିଥିଲେ। ଏହା ପରେ ସାଇବର ଠକ ତାଙ୍କର ଆରଡି ଆକାଉଣ୍ଟକୁ ହ୍ୟାକ୍ କରି ୭୧ ହଜାର ଟଙ୍କା ଲୁଟି ନେଇଥିଲା। ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ନିର୍ମଳ ଯେତେବେଳେ ହେଲ୍ପ-ଲାଇନ୍‌କୁ କଲ୍‌ କରିଥିଲେ, ସେତେବେଳେ ସାଇବର ଅପରାଧୀମାନେ ପେନିଟ୍ରେସନ୍ କରି ସବୁ ତଥ୍ୟ ଚୋରି କରିଛନ୍ତି।

publive-image

୨୦ ଦିନରେ ଶହେରୁ ଅଧିକ ୟୁପିଆଇ ଠକେଇ
ଚଳିତବର୍ଷ ଆରମ୍ଭରୁ ପ୍ରଥମ ୨୦ ଦିନ ଭିତରେ ଶହେରୁ ଅଧିକ ୟୁପିଆଇ ଠକେଇ ହୋଇଥିବା ସାଇବର ହେଲ୍ପଡେସ୍କକୁ ୧୦୦ରୁ ଅଧିକ ଅଭିଯୋଗ ଆସିଛି। ସାଇବର ଠକମାନେ ଯୁପିଆଇ ପେମେଣ୍ଟ କାରବାର ସମୟରେ ଏହି ଠକେଇ କରିଥିବା ଜଣାପଡ଼ିଛି। ଏଭଳି ଠକେଇରୁ ସତର୍କ ରହିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଫ୍ଲିପକାର୍ଟ ଆକାଉଣ୍ଟ ହ୍ୟାକ୍ କରି ୭୦ ହଜାର ଠକେଇ
ଜଣେ ବ୍ୟକ୍ତିଙ୍କ ଫ୍ଲିପକାର୍ଟ ଆକାଉଣ୍ଟ ହ୍ୟାକ୍ କରି ସାଇବର ଅପରାଧୀମାନେ ୭୦ ହଜାର ଟଙ୍କାର ସପିଂ କରିଛନ୍ତି। ଏ ନେଇ ଠକେଇର ଶିକାର ବ୍ୟକ୍ତି ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।

ମଗାଇଲେ ଘାଗରା, ଆସିଲା ଚୁଡ଼ିଦାର
ଘାଗରା ମଗାଇଥିଲେ, କିନ୍ତୁ ଆସିଲା ଚୁଡ଼ିଦାର। ଚୁଡ଼ିଦାର ବି ଏମିତି ଯେ ତାହାକୁ କେହି ପିନ୍ଧିବେନି। ଏହାର କିଛି ଦିନ ପରେ ପୂର୍ବରୁ ଅର୍ଡର୍ କରିଥିବା ଘାଗରା ବି ଆସି ଘରେ ପହଞ୍ଚିଲା। ତେବେ ତାଙ୍କ ଘର ଠିକଣାରେ କିଏ ଚୁଡ଼ିଦାର ପଠାଇଥିଲା, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମୋବାଇଲ୍‌ କିମ୍ବା କମ୍ପ୍ୟୁଟର୍‌ରୁ ତଥ୍ୟ ଚୋରି କରି କୌଣସି ସଂସ୍ଥା ଏପରି କରିଥିବା ସନ୍ଦେହ କରାଯାଉଛି। ଅଭିଯୋଗକାରୀ ଯୁବତୀ ଏନେଇ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ଯୁବତୀଙ୍କ ଘର ପୋଖରୀପୁଟ ଅଞ୍ଚଳରେ। ସେ ଜଣେ ଆର୍କିଟେକ୍ଟ ଇଞ୍ଜିନିୟର। କିଛି ଦିନ ତଳେ ଫେସବୁକ୍‌ରେ ଏକ ଅନଲାଇନ୍ ପୋଷାକ ବିକ୍ରି ସଂସ୍ଥାର ନୋଟିଫିକେସନ୍ ଆସିଥିଲା। ତାହାକୁ କ୍ଲିକ୍ କରି ସେ ନିଜ ମନ ପସନ୍ଦର ଏକ ଘାଗରା ମଗାଇଥିଲେ। ତା’ର ଦାମ୍‌ ୨୭୦୦ ଟଙ୍କା ଥିଲା। ଏଥିପାଇଁ କ୍ୟାସ୍ ଅନ୍ ଡେଲିଭରିର ବିକଳ୍ପ ଚୟନ କରିଥିଲେ। କିଛି ଦିନ ପରେ ଯୁବତୀଙ୍କ ଘରେ ଏକ ପାର୍ସଲ ପହଞ୍ଚିଥିଲା। ସେ ଘରେ ନ ଥିବାରୁ ପରିବା‌ରଲୋକ ସେତିକି ଟଙ୍କା ଦେଇ ପାର୍ସଲ ରଖିଥିଲେ। କିନ୍ତୁ ସେଥିରେ ଘାଗରା ପରିବର୍ତ୍ତେ ଏକ ଚୁଡ଼ିଦାର ଥିଲା। ଏହାର ଦୁଇଦିନ ପରେ ଆଉ ଏକ ପାର୍ସଲ ପହଞ୍ଚିଥିଲା। ଏହା କେମିତି ସମ୍ଭବ ହେଲା ତାକୁ ନେଇ ସେ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ଅନଲାଇନ୍‌ରେ ଘାଗରା ଅର୍ଡର୍‌ କରିବା ସମୟରେ ତାଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥିବା ସେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe