ମୋବାଇଲ୍‌ ଚୋରି ବଢ଼ାଉଛି ସାଇବର ଠକେଇ: ୟୁପିଆଇ ମାଧ୍ୟମରେ ଆକାଉଣ୍ଟ ସଫା

Advertisment

ସମ୍ପ୍ରତି ରାସ୍ତାରେ ମୋବାଇଲ ଛିନ୍‌ତାଇ ଏକ ସାଧାରଣ ଘଟଣା ହୋଇଯାଇଛି। ନିଶାଡ଼ିମାନେ ଲୁଟିଥିବା ମୋବାଇଲ୍‌ଗୁଡ଼ିକୁ ଶାଗମାଛ ଦରରେ ବିକି ନିଶାସେବନ ପାଇଁ ଅର୍ଥ ଯୋଗାଡ଼ କରନ୍ତି ବୋଲି ସାଧାରଣରେ ବିଶ୍ବାସ କରାଯାଏ।

ସମ୍ପ୍ରତି ରାସ୍ତାରେ ମୋବାଇଲ ଛିନ୍‌ତାଇ ଏକ ସାଧାରଣ ଘଟଣା ହୋଇଯାଇଛି। ନିଶାଡ଼ିମାନେ ଲୁଟିଥିବା ମୋବାଇଲ୍‌ଗୁଡ଼ିକୁ ଶାଗମାଛ ଦରରେ ବିକି ନିଶାସେବନ ପାଇଁ ଅର୍ଥ ଯୋଗାଡ଼ କରନ୍ତି ବୋଲି ସାଧାରଣରେ ବିଶ୍ବାସ କରାଯାଏ।

dsdscxcx

ଭୁବନେଶ୍ବର: ସମ୍ପ୍ରତି ରାସ୍ତାରେ ମୋବାଇଲ ଛିନ୍‌ତାଇ ଏକ ସାଧାରଣ ଘଟଣା ହୋଇଯାଇଛି। ନିଶାଡ଼ିମାନେ ଲୁଟିଥିବା ମୋବାଇଲ୍‌ଗୁଡ଼ିକୁ ଶାଗମାଛ ଦରରେ ବିକି ନିଶାସେବନ ପାଇଁ ଅର୍ଥ ଯୋଗାଡ଼ କରନ୍ତି ବୋଲି ସାଧାରଣରେ ବିଶ୍ବାସ କରାଯାଏ। କିନ୍ତୁ ମୋବାଇଲ୍‌ ଛିନ୍‌ତାଇ ପଛରେ ଅନ୍ୟ ଏକ କାରଣ ବି ଜଣାପଡ଼ିଲାଣି। ସାଇବର ଠକେଇ ପାଇଁ ଚୋରି ମୋବାଇଲ୍‌ ବେଶ୍ ସହାୟକ ହେଉଛି। ଚୋରି ହୋଇଥିବା ମୋବାଇଲ୍‌ ଲିଙ୍କ୍‌ରେ ଥିବା ଆକାଉଣ୍ଟକୁ ସଫା କରିଦେଉଛନ୍ତି ସାଇବର ଠକ। ତେଣୁ ମୋବାଇଲ ଚୋରିକୁ ହାଲୁକା ଭାବେ ନେବା ପରେ ମହଙ୍ଗା ସାବ୍ୟସ୍ତ ହେଉଛି। ଲୁଟ୍‌ ମୋବାଇଲ୍‌ର ସିମ୍‌ କାର୍ଡକୁ ଅନ୍ୟ ମୋବାଇଲ୍‌ରେ ବ୍ୟବହାର କରି ସାଇବର ଠକ ୟୁପିଆଇ ମାଧ୍ୟମରେ ଆକାଉଣ୍ଟ୍‌କୁ ଖାଲି କରିଦେଉଛନ୍ତି। ନିକଟରେ ସାଇବର ଥାନାକୁ ଏଭଳି ଚାରି ଚାରିଟି ମାମଲା ଆସିଲାଣି। ଏସବୁ ମାମଲାରେ ସାଢ଼େ ୪ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି। ସାଇବର ଥାନା ପୁଲିସ ପାଇଁ ଏଭଳି ମାମଲା ମୁଣ୍ଡବିନ୍ଧା ବଢ଼ାଇଛି। କାରଣ ଏଭଳି ସାଇବର ଠକେଇର ପର୍ଦ୍ଦାଫାସ୍‌ କରିବା ବେଶ୍ କଷ୍ଟକର।  

ନିକଟରେ ସାଇବର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ଶଙ୍କର ସାହୁଙ୍କ ମୋବାଇଲ ଚୋରି ହୋଇଥିଲା। କ୍ୟାପିଟାଲ ହା‌ଟରେ ସପିଂ କରୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ମୋବାଇଲ୍‌ ଫୋନ୍‌ ଲୁଟିନେଲା। ଏନେଇ ସେ ଥାନାରେ ଅଭିଯୋଗ କଲେ। ମାତ୍ର ପୁଲିସ ନିକଟରେ ଅଭିଯୋଗ ହେବା ପୂର୍ବରୁ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୦ହଜାର ଟଙ୍କା ଉଡ଼ିଯାଇଥିଲା। ସାଇବର ଠକ ୟୁପିଆଇ ମାଧ୍ୟମରେ ତାଙ୍କ ଆକାଉଣ୍ଟକୁ ଖାଲି କରିଦେଇଥିଲା। ‌ୟୁପିଆଇ ମାଧ୍ୟମରେ ଟଙ୍କା ଦେଣନେଣ ପାଇଁ ଶଙ୍କରଙ୍କ ହାତରେ ମୋବାଇଲ ନଥିଲେ ମଧ୍ୟ ତାଙ୍କ ଆକାଉଣ୍ଟ ସଫା ହୋଇଯାଇଥିଲା। ସାଇବର ବିଶେଷଜ୍ଞଙ୍କ କହିବା କଥା ଶଙ୍କରଙ୍କ ମୋବାଇଲ କୌଣସି ସାଇବର ଠକ ହାବୁଡ଼ରେ ପଡ଼ିବା ପରେ ସେ ସିମ୍‌ ବାହାର କରି ଖେଳ କରିଛି। ଶଙ୍କରଙ୍କ ସିମ୍‌କୁ ଅନ୍ୟ ମୋବାଇଲ୍‌ରେ ବ୍ୟବହାର କରି ୟୁପିଆଇ ମାଧ୍ୟମରେ ଟଙ୍କା ଦେଣନେଣ କରିଛି। ବ୍ଲକ୍‌ ହୋଇନଥିବାରୁ ସାଇବର ଠକ ଅଭିନବ ପଦ୍ଧତିରେ ଉକ୍ତ ସିମ୍‌ ନମ୍ବର ସହ ଲିଙ୍କ୍‌ ହୋଇଥିବା ସମସ୍ତ ୟୁପିଆଇ ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କରିଛି ଏବଂ ଫର୍‌ଗଟ୍‌ନ ପିନ୍‌ ନମ୍ବର ସର୍ଚ୍ଚ କରି ଓଟିପି ହାତେଇଛି। କେବଳ ଶଙ୍କର ନୁହନ୍ତି, ୪ମାସ ଭିତରେ ଏମିତି ଠକେଇର ଶିକାର ହୋଇଥିବା ଅନ୍ୟ ୩ଜଣ ମଧ୍ୟ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା‌ ଉଡ଼ିଯାଇଛି। 

ଏଭଳି ଠକେଇରୁ ବର୍ତ୍ତିବା ପାଇଁ ହେଲେ ମୋବାଇଲ ଚୋରିକୁ ହାଲୁକା ଭାବେ ନେବା ଠିକ୍‌ ନୁହେଁ। ସାଇବର ବିଶେଷଜ୍ଞଙ୍କ ମତରେ ମୋବାଇଲ ଚୋରି ହେବା ପରେ ତୁରନ୍ତ ସିମ୍‌ ଓ ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍‌ କରାଇବାକୁ ପଡ଼ିବ। ଏଥିପାଇଁ ଉପଯୁକ୍ତ ବାଟରେ ଯିବାକୁ ହେବ। ବହୁ ସମୟରେ ଲୋକେ କଷ୍ଟମର୍‌ କେୟାର୍‌କୁ ଯାଇ ସିମ୍‌ ଓ ଆକାଉଣ୍ଟ ବ୍ଲକ୍‌ କରିବାକୁ ଉଦ୍ୟମ କରନ୍ତି। କିନ୍ତୁ ଏହା ମଧ୍ୟ ବେଶ୍ ବିପଜ୍ଜନକ ବୋଲି ସାଇବର ବିଶେଷଜ୍ଞମାନେ ମତ ଦିଅନ୍ତି। କଷ୍ଟମର୍‌ କେୟାର୍‌ ସର୍ଚ କରୁକରୁ ପୁଣି ସାଇବର ଠକଙ୍କ ହାବୁଡ଼ରେ ପଡ଼ିବା ସମ୍ଭାବନା ରହିଛି। ତେଣୁ ସିମ୍‌ ବ୍ଲକ୍‌ କରିବାକୁ ହେଲେ ପୂର୍ବରୁ ଦିଆଯାଇଥିବା ଅଲ୍‌ଟର୍‌ନେଟ୍‌ ମୋବାଇଲ ନମ୍ବରରେ ଠିକ୍‌ କଷ୍ଟମର୍‌ କେୟାର୍‌ ସହ ଯୋଗାଯୋଗ କରିବାକୁ ହେବ। ତେଣୁ ବଡ଼ କଥା ହେଉଛି, ସିମ୍‌ କିଣିବା ବେଳେ ଦେଉଥିବା ଅଲ୍‌ଟର୍‌ନେଟ୍‌ ନମ୍ବରକୁ ସମସ୍ତେ ମନେରଖିବା ଉଚିତ। ସେହିଭଳି ଆକାଉଣ୍ଟକୁ ବ୍ଲକ୍‌ କରିବାକୁ ହେଲେ ଡେବିଟ୍‌ କାର୍ଡ ପଛରେ ଥିବା ନମ୍ବରରେ ଯୋଗାଯୋଗ କରିବାକୁ ହେବ। ଏସବୁ କାମରେ କୌଣସି ପ୍ରକାର ବିଳମ୍ବ ହେବା ବିପଦ ବୋଲି ସାଇବର ବିଶେଷଜ୍ଞ ସତର୍କ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe