ଭୁବନେଶ୍ବର: ଭୁବନେଶ୍ବରରେ ରହି ଅନ୍ତର୍ଜାତୀୟ ସାଇବର୍‌ ଲୁଟେରାଙ୍କ ଲିଙ୍କ୍‌ରେ କାମ କରୁଥିଲେ। ବିଭିନ୍ନ ଉପାୟରେ ଲୋକଙ୍କୁ ଠକି ମ୍ୟୁଲ୍‌ ଆକାଉଣ୍ଟ୍‌ ମାଧ୍ୟରେ ବିଦେଶକୁ ଟଙ୍କା ପଠାଉଥିଲେ। ୨ବର୍ଷ ଧରି ରାଜଧାନୀରେ ସକ୍ରିୟ ଥିବା ଏଭଳି ଏକ ସାଇବର୍‌ ଲୁଟେରା ରୢାକେଟ୍‌କୁ ପୁଲିସ ଠାବ କରି ୪ ଜଣଙ୍କୁ ଗିରଫ କରିଛି।

Advertisment

The fields: ଫଳିବ କ୍ଷେତ, ହସିବ ଚାଷୀ

 ସେମାନେ ହେଲେ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ମୟକ କୁମାର(୩୨), ଖାରବେଳଗନର ଥାନା ସତ୍ୟନଗର ଅଞ୍ଚଳର ରଞ୍ଜନ କୁମାର ସାହୁ(୨୭), ଲକ୍ଷ୍ମୀସାଗର ସନ୍ତୋଷୀବିହାରର ନିଶିକାନ୍ତ କର ଓରଫ ବୁନୁ(୨୮) ଏବଂ ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳର ମହମ୍ମଦ ସାଦିକ୍‌ ରାଜା ଖାନ୍‌(୨୮)। ପୁଲିସ ସେମାନଙ୍କ ନିକଟରୁ ଏକ କଳା ରଙ୍ଗର ମର୍ସିଡିଜ୍ ବେଞ୍ଜ୍ କାର୍‌, ଏକ ରେନଲ୍ଟ ଟ୍ରିବର୍ କାର୍‌, ୬ଟି ମୋବାଇଲ୍ ଫୋନ୍, ୩୭ଟି ଡେବିଟ୍ କାର୍ଡ, ୧୬ଟି ଚେକ୍ ବୁକ୍, ଏକ ଆପଲ୍ ମ୍ୟାକ୍‌ବୁକ୍, ଗୋଟିଏ ଆଇପ୍ୟାଡ୍, ନଗଦ ୮,୫୦୦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ ଦଲିଲ ଜବତ କରିଛି।

Women's Rising Stars Asia Cup: ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌: ଫାଇନାଲରେ ଭାରତ


ସୂଚନା ମୁତାବକ, ୨ବର୍ଷ ହେବ ଏହି ସାଇବର୍‌ ଠକେଇ ରୢାକେଟ୍‌ ଲକ୍ଷ୍ମୀସାଗର ଅଞ୍ଚଳରୁ ଅପରେଟ୍‌ କରୁଥିଲା। ଲୋକଙ୍କ ନିକଟକୁ ଯାଇ ବ୍ୟାଙ୍କରେ ଖାତା ଖୋଲିବା ପାଇଁ କହୁଥିଲେ। ଯେଉଁମାନେ ଖାତା ଖୋଲିବେ ସେମାନଙ୍କୁ ସରକାରୀ ସୁବିଧା ସୁଯୋଗ ମିଳିବ ବୋଲି ପ୍ରଲୋଭିତ କରୁଥିଲେ। ଖାଲି ସେତିକି ନୁ‌ହେଁ, ଯେଉଁ ଆକାଉଣ୍ଟ୍‌ରେ ଯେତେ ଟଙ୍କା କାରବାର ହେବ ସେ ହିସାବରେ କମିସନ୍‌ ମଧ୍ୟ ଦେବାକୁ କହୁଥିଲେ। ଲୋକଙ୍କୁ ଫସାଇ ସେମାନଙ୍କ ନାଁରେ ଆକାଉଣ୍ଟ୍‌ ଖୋଲୁଥିଲେ। ହେଲେ ଆକାଉଣ୍ଟର ପରିଚାଳନା ସମ୍ପୂର୍ଣ୍ଣ ଭାବେ ନିଜ ପାଖରେ ରଖୁଥିଲେ। ବିଦେଶରେ ଥିବା ଠକମାନେ ଲୋକଙ୍କୁ ବିଭିନ୍ନ ସ୍କିମ୍‌ରେ ଠକି ଏହି ମ୍ୟୁଲ୍‌ ଆକାଉଣ୍ଟ୍‌ରେ ଟଙ୍କା ଆଣୁଥିଲେ। ଆକାଉଣ୍ଟ୍‌କୁ ଟଙ୍କା ଆସିବା ପରେ ସାଇବର ଠକ ମୋଟା ଅଙ୍କର କମିସନ ରଖି ବାକି ଟଙ୍କା ବିଦେଶୀ ଠକଙ୍କ ପାଖକୁ ପଠାଉଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଗତକାଲି ରାତିରେ ଅତର୍କିତ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଜେରା ପରେ ବିଭିନ୍ନ ସାମଗ୍ରୀ ଜବତ କରି ଆଜି କୋର୍ଟ ଚାଲାଣ କରିଛି।