ଭୁବନେଶ୍ବର: ୨୦୨୬-୨୭ରେ ଜଳ ଭିତ୍ତିଭୂମି ଓ ଜଳସେଚନକୁ ସୁଦୃଢ଼ କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ଘୋଷଣା କରାଯାଇଛି। ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ବଜେଟ୍‌ରେ ୧୦ କୋଟି ଟଙ୍କା ରଖାଯାଇଛି। ମହାନଦୀ ତଟବର୍ତ୍ତୀ ସୁରକ୍ଷା, ସହରାଞ୍ଚଳ ସହନଶୀଳତା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ନିମନ୍ତେ ୮୦ କୋଟି ଟଙ୍କା ବ୍ୟୟରେ ମହାନଦୀ ନଦୀ କୂଳ ବିକାଶ ଯୋଜନା ଜାରି ରହିବ। ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ଇମ୍ପ୍ରୁଭମେଣ୍ଟ୍‌ ଟୁ ଡାଇଭର୍ସନ ୱେର୍ସ ସ୍କିମ୍‌ରେ ୧୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ନଦୀ ପରିବହନ କ୍ଷମତାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବନ୍ୟା ପରିଚାଳନା ଯୋଜନାରେ ୫୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ନଦୀ ଭିତରେ ଜଳାଶୟ ନିର୍ମାଣ ଯୋଜନା ପାଇଁ ୧ ହଜାର କୋଟି ଟଙ୍କା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଅଧୀନରେ ୧୮୦ କୋଟି, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ୨୮୦ କୋଟି ଟଙ୍କାର ବ୍ୟୟବରାଦରେ ଚେକ୍‌ ଡ୍ୟାମ୍‌ ଓ ଜଳସେଚନ ସମ୍ଭାବନା ସୃଷ୍ଟି କରାଯିବ। ଏଥିସହିତ ପ୍ରାଚୀନ ନଦୀକୈନ୍ଦ୍ରିକ ଐତିହ୍ୟକୁ ପୁନରୁଜ୍ଜୀବିତ କରିବା ପାଇଁ ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଞ୍ଜୀବନୀ ମାଧ୍ୟମରେ ଜଳ ସଂରକ୍ଷଣ ପଦକ୍ଷେପର ସଂପ୍ରସାରଣ ଜାରି ରହିବ। ଏଥିପାଇଁ ୧୦୦ କୋଟିର ବ୍ୟୟବରାଦ ବଜେଟ୍‌ରେ କରାଯାଇଛି।

Advertisment

Women's Rising Stars Asia Cup: ମହିଳା ରାଇଜିଂ ଷ୍ଟାର୍ସ ଏସିଆ କପ୍‌: ଫାଇନାଲରେ ଭାରତ

 
୨୦୨୯ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟ ରଖାଯାଇଛି। ୨୦୨୬-୨୭ରେ ୩ ଲକ୍ଷ ୩୩ ହଜାର ‌ହେକ୍ଟର ଜମିରେ ଆଧୁନିକ ପ୍ରଯୁକ୍ତି ଏବଂ ଚାହିଦା ଆଧାରିତ ଜଳସେଚନ ପରିଚାଳନା ଲକ୍ଷ୍ୟ ରଖାଯାଇଛି। ଏହି ବର୍ଷ କୁସୁମି ସ୍ମାର୍ଟ ଜଳସେଚନ ପ୍ରକଳ୍ପକୁ ସାରିବା ସହିତ ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ଆଗକୁ ‌ନେବେ।

Budget 2026-27: ବଜେଟ୍‌ ୨୦୨୬-୨୭: ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଘୋଷଣା ନୋହିଲା

 
ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ ଯୋଜନା ଅଧୀନରେ ଚାଲୁଥିବା ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ପ୍ରକଳ୍ପ ସମାପ୍ତିକୁ ତ୍ବରାନ୍ବିତ କରିବା ଏବଂ ଉଚ୍ଚଭୂମି ଅଞ୍ଚଳଗୁଡ଼ିକରେ ଜଳସେଚନ ସୁବିଧା ପାଇଁ ୨୦୨୬-୨୭ ଆର୍ଥିକବର୍ଷରେ ୩୨ଟି ପ୍ରକଳ୍ପର ଲକ୍ଷ୍ୟ ରଖାଯାଇଛି। ବୃହତ୍‌ ଉଠା ଜଳସେଚନର ସଂପ୍ରସାରଣ, ୨୦ ହଜାର ଗଭୀର ନଳକୂଳ ଖନନ, ୨ ହଜାର ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନ ଏବଂ ଉଠା ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ସୁଦୃଢ଼ୀକରଣ ପାଇଁ ୨୦୨୯ କୋଟି ଟଙ୍କା ଏକ ସମନ୍ବିତ ବଜେଟ୍‌ ବ୍ୟବସ୍ଥା ହୋଇଛି। ସେହିଭଳି ୨୦୨୬-୨୭ରେ ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ଯୋଜନା ଅଧୀନରେ ଦକ୍ଷ ଜଳ ଯୋଗାଣକୁ ନିଶ୍ଚିତ କରିବା ପାଇଁ ୨୮୮ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନାରେ ୧୬୦ କିମି ନିର୍ମାଣ ନିମନ୍ତେ ୪୦୦ କୋଟି ଟଙ୍କା ଆବଣ୍ଟନ ରକାଯାଇଛି। ଏହାବ୍ୟତୀତ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଅଧୀନରେ ୧୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ବିଶ୍ବବ୍ୟାଙ୍କ ସହାୟତାରେ ଚାଲୁଥିବା ଜଳବାୟୁ ସହନଶୀଳ ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପ ଅଧୀନରେ ୩୪୫ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ବିଶ୍ବବ୍ୟାଙ୍କ ସହାୟତାରେ ଡ୍ୟାମ୍‌ ଥଇଥାନ ଓ ଉନ୍ନତି କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମ୍‌ର ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ, ନିରୀକ୍ଷଣାଧୀନ ନିୟନ୍ତ୍ରଣ ଓ ତଥ୍ୟ ସଂଗ୍ରହ ପ୍ରଣାଳୀ ବ୍ୟବହାର କରି ଗେଟ୍‌ ସ୍ବୟଂଚାଳିତକରଣ ଏବଂ ବିପର୍ଯ୍ୟସ୍ତ ଡ୍ୟାମଗୁଡ଼ିକର ସର୍ଭେଭିତ୍ତିକ ଥଇଥାନ କାର୍ଯ୍ୟ ନିମନ୍ତେ ୧୧୫ କୋଟି ଟଙ୍କାର ପ୍ରସ୍ତାବ ରହିଛି। ୧୭୦୦ କିମି ନାଳ ଏବଂ ୨୫ ହଜାର ହେକ୍ଟର ଜଳବନ୍ଦୀ ଚାଷ ଜମିର ପୁନରୁଦ୍ଧାର ନିମନ୍ତେ ଜଳ ନିଷ୍କାସନ କାର୍ଯ୍ୟକ୍ରମ ଅଧୀନରେ ୩୬୫ କୋଟି ଟଙ୍କା ପ୍ରସ୍ତାବ ରହିଛି। ଡ୍ୟାମ୍‌, ବ୍ୟାରେଜ୍‌ ଓ ଆନ୍ତଃ-ନଦୀ ଜଳଭଣ୍ଡାରରେ ଥିବା ୫୭୩ଟି ଗେଟ୍‌କୁ ସ୍ବୟଂଚାଳିତ କରିବା ପାଇଁ ୩୦ କୋଟିର ବଜେଟ୍‌ ବ୍ୟବସ୍ଥା ହୋଇଛି। ଏହାସହିତ ଅନ୍ୟାନ୍ୟ କେତେକ ଯୋଜନା ମଧ୍ୟ ବଜେଟ୍‌ରେ ଘୋଷିତ ହୋଇଛି।