କାହା ପାଇଁ ସାଇବର ଥାନା? ଉଦ୍‌ଘାଟନକୁ ମାସେ ପୂରିଲା, ଗୋଟିଏ ବି ମାମଲା ରୁଜୁ ହେଲାନି

Advertisment

ଆସିଲାଣି ୭୦ରୁ ଅଧିକ ଅଭିଯୋଗ

ଆସିଲାଣି ୭୦ରୁ ଅଧିକ ଅଭିଯୋଗ

କାହା ପାଇଁ ସାଇବର ଥାନା? ଉଦ୍‌ଘାଟନକୁ ମାସେ ପୂରିଲା, ଗୋଟିଏ ବି ମାମଲା ରୁଜୁ ହେଲାନି

ଭୁବନେଶ୍ବର : ରାଜଧାନୀରେ ଆତଙ୍କ ଖେଳାଇ ଚାଲିଛନ୍ତି ସାଇବର ଅପରାଧୀ। ଗତବର୍ଷ କେବଳ ଅଭିଯୋଗକୁ ହିସାବକୁ ନେଲେ, ସାଇବର ଠକେଇ ପରିମାଣ ୮କୋଟି ଟଙ୍କାରୁ ଅଧିକ ଥିଲା। ଅଭିଯୋଗ ବାଦ୍ ଠକେଇ ପରିମାଣ ଆହୁରି ଯଥେଷ୍ଟ ଅଧିକ ହେବ ବୋଲି ଜଣାପଡ଼ିଛି। ସାଇବର ଅପରାଧୀଙ୍କ ଉତ୍ପାତକୁ ଆଖି ଆଗରେ ରଖି ରାଜଧାନୀ ସମେତ ୧୧ ପୁଲିସ ଜିଲ୍ଲାରେ ଥାନା ଖୋଲିଲା। ଭୁବନେଶ୍ବର କମିସନରେଟ ପୁଲିସରେ ମଧ୍ୟ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଆରମ୍ଭ ହେଲା। ଗତବର୍ଷ ଡିସେମ୍ବର ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥିଲେ। ଇତିମଧ୍ୟରେ ସାଇବର ଥାନା ଉଦ୍‌ଘାଟନକୁ ମାସେ ବିତିଗଲାଣି। ଏହି ମାସକ ଭିତରେ ୭୦ରୁ ଅଧିକ ଅଭିଯୋଗ ଆସିଲାଣି, ଯାହା ଭିତରେ ସଙ୍ଗିନ ଠକେଇ ମଧ୍ୟ ରହିଛି। କିନ୍ତୁ ଗୋଟିଏ ବି ମାମଲା ରୁଜୁ ହୋଇପାରିଲାନି। ଆରମ୍ଭରୁ ଏଭଳି ଅବ୍ୟବସ୍ଥା ହୋଇଥିବା ବେଳେ ସାଇବର ଥାନା ଦକ୍ଷତାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଲାଣି।

publive-image

ମିଳିଥିବା ସୂଚନା ଅନୁସାରେ, ରାଜଧାନୀରେ ଗତବର୍ଷ ସାଇବର ହେଲପ୍‌-ଡେସ୍କକୁ ୬ ହଜାରରୁ ଅଧିକ ଅଭିଯୋଗ ଆସିଥିଲା। ରାଜ୍ୟର ସବୁଠୁ ଅଧିକ ଠକେଇ ଅଭିଯୋଗ ବୋଲି ଜଣାପଡ଼ିଥିଲା। ଯେତିକି ଚିନ୍ତାଜନକ ଥିଲା, ପୁଲିସ ପାଇଁ ସେତିକି ଆହ୍ବାନ ମଧ୍ୟ ସୃଷ୍ଟି ହୋଇଥିଲା। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଥାନା ତିଆରି ହେଲା। କିନ୍ତୁ ମାସେ ପରେ ମଧ୍ୟ ମାମଲା ରୁଜୁ ହୋଇ ନ ପାରିବା କମିସନରେଟ ପୁଲିସ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଯାଏ ଏସ୍ଓପି ପ୍ରସ୍ତୁତ ହୋଇପାରିନାହିଁ। ସେହିପରି କେବଳ ଇନ୍ସପେକ୍ଟର୍‌ ରୢାଙ୍କର ଅଧିକାରୀ ମାମଲା ରୁଜୁ କରିବାର ନିୟମ ଥିବାରୁ ସାଇବର ଥାନାରେ ଜଣେ ଆଇଆଇସି ନିଯୁକ୍ତ। ଆଇଆଇସି ମାମଲା ରୁଜୁ କରିବେ ଓ ସେ ହିଁ ତଦନ୍ତ କରିବେ। ଏହା ଏକ ବଡ଼ ସମସ୍ୟା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଖୁବଶୀଘ୍ର ଥାନାରେ ମାମଲା ରୁଜୁ ହେବ।

publive-image

ଚଳିତବର୍ଷ ହୋଇଥିବା ବଡ଼ ଠକେଇ ଅଭିଯୋଗ
ଟାଓ୍ୱାର ବସାଇବା ନାଁରେ ଚନ୍ଦ୍ରଶେଖରପୁର ଅଞ୍ଚଳର ବରିଷ୍ଠ ନାଗରିକଙ୍କଠାରୁ ୧୭ଲକ୍ଷ ଠକେଇ।
ସିମ୍ କାର୍ଡ ପୋର୍ଟାବିଲିଟି ନାଁରେ ୧୩ ଲକ୍ଷ ଟଙ୍କା ଠକେଇ
ଅନଲାଇନ୍ ଚିଟଫଣ୍ଡ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଠକେଇ
ବେକାରି ଭତ୍ତା ନାଁରେ ଶହ ଶହ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe