ଭୁବନେଶ୍ୱରକୁ ଆସିବ ସାଇବର ଥାନା

ଭୁବନେଶ୍ୱରକୁ ଆସିବ ସାଇବର ଥାନା

nagpurtoday.in

ଭୁବନେଶ୍ୱର : କଟକରେ ଥିବା ସାଇବର ଥାନାକୁ ଭୁବନେଶ୍ବରକୁ ଅଣାଯିବ। ରାଜଧାନୀରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସାଇବର ଠକମାନେ ରାଜଧାନୀବାସୀଙ୍କୁ ଅଧିକ ଟାର୍ଗେଟ୍‌ କରୁଥିବାରୁ ଭୁବନେଶ୍ବରରେ ସାଇବର ଥାନା ରହିବା ଜରୁରୀ ହୋଇପଡ଼ିଛି। ତେଣୁ ନିଷ୍ପତ୍ତି ଅନୁସାରେ ଇଓଡବ୍ଲ୍ୟୁ ଅଫିସ ନିକଟରେ ଥିବା ସାଇବର କମ୍ପ୍ଲେକ୍ସରେ ଏହି ଥାନା ଖୋଲିବ ଓ କମ୍ପ୍ଲେକ୍ସ ମଧ୍ୟରେ ଏକ ସାଇବର ଟ୍ରେନିଂ ସେଣ୍ଟର ମଧ୍ୟ ରହିବ। ଏଥିରେ ଅଧିକାରୀମାନଙ୍କୁ ସାଇବର କ୍ରାଇମ୍‌ ସମାଧାନ ବାବଦରେ ପ୍ରଶିକ୍ଷଣ ଦିଆଯିବ। ଏହି କମ୍ପ୍ଲେକ୍ସକୁ ପୁଲିସ ଡିଜି ଆସନ୍ତାକା‌ଲି ଉଦ୍‌ଘାଟନ କରିବେ।

publive-image Photo by : toiimg.com

ସମ୍ପ୍ରତି କ୍ରମାଗତ ଭାବରେ ସାଇବର ଅପରାଧ ବୃଦ୍ଧି ପାଉଛି। ଏଥିରେ କ୍ରାଇମ୍‌ବ୍ରାଞ୍ଚକୁ ଆଶାନୁରୂପ ସଫଳତା ମଧ୍ୟ ମିଳିପାରୁନାହିଁ। ତାଲିମ୍‌ପ୍ରାପ୍ତ ଅଧିକାରୀଙ୍କ ଅଭାବ କାରଣରୁ ବହୁ ସାଇବର ଠକାମୀର ପର୍ଦ୍ଦାଫାସ ହୋଇପାରୁନାହିଁ। ଏଥିପାଇଁ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ପୂର୍ବରୁ କିଛି ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ତେବେ ଅଧିକ ସଂଖ୍ୟକ ଅଧିକାରୀଙ୍କୁ ଏହି ପ୍ରଶିକ୍ଷଣ ଦେବା ସହିତ ଏହି ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାରେ ଏହି ‌କମ୍ପ୍ଲେକ୍ସ ସହାୟକ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe