ଏନ୍ଏଚ୍ଏଫ୍ ପକ୍ଷରୁ ସାଇକେଲ ଶୋଭାଯାତ୍ରା

Advertisment
ଏନ୍ଏଚ୍ଏଫ୍ ପକ୍ଷରୁ ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ନ୍ୟାସନାଲ୍ ହକର୍‌ ଫେଡେରେସନ୍ ସହବନ୍ଧିତାରେ ଓଡ଼ିଶା ପଥବିକ୍ରେତା ସଂଘ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଏବଂ ଭେଣ୍ଡିଙ୍ଗ୍ ଜୋନ୍ ସୁରକ୍ଷା ଟ୍ରଷ୍ଟର ମିଳିତ ସହ‌ଯୋଗରେ ରସୁଲଗଡ଼ ଛକରୁ କଳ୍ପନା ଛକ, ରାଜମହଲ ଛକ ଦେଇ ଜୟଦେବ ଭବନ ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଶ୍ବବ୍ୟାପୀ ଏସିଆନ୍ ପିପୁଲସ୍ ମୁଭମେଣ୍ଟ୍ ଅନ ଡେବଟ୍ ଆଣ୍ଡ ଡେଭଲପ୍‌ମେଣ୍ଟ୍ (ଏପିଏମଡି) ଏନ୍‌ଭିରୋନିକସ୍ ସହ ନ୍ୟାସନାଲ ହକର ଫେଡେରେସନ୍ ପକ୍ଷରୁ ମିଳିତ ଭାବେ ଭୁବନେଶ୍ବରରେ ସାଇକେଲ ଯାତ୍ରା ଆରମ୍ଭ ହୋଇଛି।

ଶୋଭାଯାତ୍ରାରେ ସାଇକେଲ ଚଲାଅ-ପରିବେଶ ବଞ୍ଚାଅ, ପ୍ୟାରିସ ରାଜନାମା ଅବିଳମ୍ବେ କାର୍ଯ୍ୟକାରୀ କରିବା, କୋଇଲା ଭଳି ଜୀବାଶ୍ମ ଇନ୍ଧନ ସମ୍ପୂର୍ଣ୍ଣ ବନ୍ଦ, ପ୍ୟାରିସ ଚୁକ୍ତି ସ୍ବାକ୍ଷର ପରେ ଘରୋଇକରଣ କରାଯାଇଥିବା ବେଲଗାମ୍‌ କୋଇଲା ଖଣି ଖନନକୁ ତୁରନ୍ତ ବନ୍ଦକରିବା, ପଥବିକ୍ରେତା ଓ ଅସଂଗଠିତ କ୍ଷେତ୍ରର ଶ୍ରମଜୀବୀଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ କରିବା, ପ୍ରତ୍ୟକ ସହର ଓ ରାସ୍ତାରେ ସ୍ବତନ୍ତ୍ର ସାଇକେଲ ଟ୍ରାକ ନିର୍ମାଣ ଓ ସହର ବିକାଶ ଏବଂ ସ୍ମାର୍ଟ ସିଟି ନାମରେ ସହର ରାସ୍ତାରୁ ଗଛକାଟିବା ବନ୍ଦ କରିବା ଦାବିରେ ବିଶ୍ବବ୍ୟାପୀ ଏହି ଅଭିଯାନ ହୋଇଥିଲା।

ଏହା ବିଭିନ୍ନ ସହରରେ ଜୁନ୍ ୫ତାରିଖ ପ୍ରକୃତି ଦିବସ ପର୍ଯ୍ୟନ୍ତ ଚାଲୁରହିବ ବୋଲି କୁହାଯାଇଛି। ରସୁଲଗଡ଼ ନେତାଜୀ ପ୍ରତିମୂର୍ତ୍ତି ନିକଟରୁ ନ୍ୟାସନାଲ୍ ହକର ଫେଡେରେସନ୍‌ର ସର୍ବଭାରତୀୟ ଅତିରିକ୍ତ ସାଧାରଣ ସଂପାଦକ ତଥା ଓଡ଼ିଶା ପଥବିକ୍ରେତା ସଂଘ ସଭାପତି ଜୟନ୍ତ ଦାସ, ସଂଘର ସାଧାରଣ ସଂପାଦକ ପ୍ରବୋଧ ପଣ୍ଡା, ସହ ସମ୍ପାଦକ ସଂଗୀତା କିଷାନ, ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଙ୍ଗ୍ ଜୋନ୍ ସୁରକ୍ଷା ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ, ଉପସଭାପତି ନିରଞ୍ଜନ ପାଣ୍ଡେ, ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ନେତୃତ୍ଵରେ ଏହି ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶୁଚିସ୍ମିତା ଜେନା, ଗୀତା ବିଶ୍ଵାସ, ସସ୍ମିତା ଖୁଣ୍ଟିଆ, ବିଜୟ ସେଠୀ, ଶ୍ରୀଧର ମହାନ୍ତି, ପ୍ରମୋଦ ସାହୁ, ଉମାକାନ୍ତ ପ୍ରଧାନ, ନୁର ନବୀ, ଶରତ ନାୟକ, ନବ କିଶୋର ଦାସ, ସଞ୍ଜୟ ନାୟକ ଏବଂ ସନାତନ ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe