ପ୍ରଦୂଷଣମୁକ୍ତ ପୃଥିବୀ ପାଇଁ ସାଇକେଲ ଯାତ୍ରା

Advertisment
ପ୍ରଦୂଷଣମୁକ୍ତ ପୃଥିବୀ ପାଇଁ ସାଇକେଲ ଯାତ୍ରା

ଭୁବନେଶ୍ବର: ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସାଇକେଲ ଚାଳନା ପ୍ରତି ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ସୁଇଚ୍‌ ଅନ୍‌ ଫାଉଣ୍ଡେସନ୍‌ ଓ ପ୍ରେରଣା ପକ୍ଷରୁ ରବିବାର ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏହି ଶୋଭାଯାତ୍ରା ବାହାରି ରାମ ମନ୍ଦିର ଛକ ଦେଇ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଅଂଶଗ୍ରହଣକାରୀମାନେ ସାଇକେଲ ଚଲାଇବା ପାଇଁ ଲୋକମାନଙ୍କୁ ‌ସଚେତନ କରିଥିଲେ।

ଏହି ଶୋଭାଯାତ୍ରାରେ ପ୍ରେରଣାର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ, ଶ୍ରେୟା ମହାନ୍ତି, ନିବେଦିତା ମହାନ୍ତି, ମନୋରଂଜନ ବାରିକ ଓ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe