‘ରେସର୍‌ ଆଣ୍ଡ୍‌ ରନର୍‌’ ପକ୍ଷରୁ ସାଇକ୍ଲୋଥନ୍

Advertisment
‘ରେସର୍‌ ଆଣ୍ଡ୍‌ ରନର୍‌’ ପକ୍ଷରୁ ସାଇକ୍ଲୋଥନ୍

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ୪୫୦୦ ମାଇଲ୍‌ ସାଇକେଲ୍‌ ଚାଳନା ‘ଭାରତ ଦର୍ଶନ ମିସନ୍‌’ ଯାତ୍ରାର ସ୍ମୃତିରେ ‘ରେସର୍‌ ଆଣ୍ଡ ରନର୍‌’ ପକ୍ଷରୁ ଆଜି ବିଶ୍ବ ସାଇକେଲ୍‌ ଚାଳନା ଦିବସ ଅବସରରେ ଏକ ସାଇକ୍ଲୋଥନ୍‌ ଅନୁଷ୍ଠିତ ହୋଇଯାଇଛି। ଆୟକର ବିଭାଗ କର୍ମଚାରୀମାନଙ୍କ ସହ ଭୁବନେଶ୍ବରର ବହୁ ଉତ୍ସାହୀ ବ୍ୟକ୍ତି ଏଥିରେ ଭାଗ ନେଇଥିଲେ।

ଆଜି ଏହି ସାଇକ୍ଲୋ‌‌ଥୋନ୍‌ ନୂଆପଲ୍ଲୀସ୍ଥିତ କ୍ରାଉନ୍‌ ହୋଟେଲଠାରୁ ବାହାରି ଜୟଦେବବିହାର ଛକ, ରାଜଭବନ, ଗୋପବନ୍ଧୁ ଛକ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଦେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଛକରେ ପହଞ୍ଚିଥିଲା। ସେଠାରେ ସମସ୍ତେ ଏକତ୍ରିତ ହୋଇ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe