‘ଜଙ୍ଗଲ କ୍ରାଏ’କୁ ଦାଦା ସା‌ହେବ ଫାଲ୍‌କେ ଜୁରି ପୁରସ୍କାର

Advertisment
‘ଜଙ୍ଗଲ କ୍ରାଏ’କୁ ଦାଦା ସା‌ହେବ ଫାଲ୍‌କେ ଜୁରି ପୁରସ୍କାର

ଚନ୍ଦ୍ରଶେଖରପୁର: କିସ୍‍ ରଗ୍‍ବୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଜଙ୍ଗଲ କ୍ରାଏ’କୁ ଦାଦା ସାହେବ ଫାଲ୍‍କେ ଆନ୍ତର୍ଜାତିକ ଚଳଚ୍ଚିତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଛି। ଏକାଦଶ ଦାଦା ସାହେବ ଫାଲ୍‍କେ ଫିଲ୍ମ ଫେଷ୍ଟିଭଲ-୨୦୨୧ ଅବସରରେ ଜୁରି ବର୍ଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜଙ୍ଗଲ କ୍ରାଏକୁ ଏହି ପୁରସ୍କାର ମିଳିଛି। କିସ୍‍ର ୧୨ଜଣ ଛାତ୍ରଙ୍କୁ ନେଇ ଗଠିତ କିସ୍‍ ରଗ୍‍ବୀ ଦଳ ୨୦୦୭ରେ ଇଂଲଣ୍ଡରେ ଯେଭଳି ୧୪ବର୍ଷରୁ କମ୍‍ ଆନ୍ତର୍ଜାତୀୟ ରଗ୍‍ବୀ ଚାମ୍ପିଅନ୍‍ ହେଲେ, ତା’ ଉପରେ ଏକ ନିଛକ ପ୍ରେରଣାଦାୟୀ ସତ୍ୟ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ହେଉଛି ‘ଜଙ୍ଗଲ କ୍ରାଏ’। ୩୦ ହଜାର ଜନଜାତି ଛାତ୍ରଛାତ୍ରୀଙ୍କୁ ନେଇ ଗଢ଼ି ଉଠିଥିବା କିସ୍‍ ଅନୁଷ୍ଠାନ ଶିକ୍ଷା, କ୍ରୀଡ଼ା ସହ ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଆସିଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି। କିସ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ୨୦୦୫ ମସିହାରେ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସରେ ରଗ୍‍ବୀକୁ ସୁଯୋଗ ଦେଇଥିଲେ।

୨୦୦୭ରେ କିସ୍‍ର ୧୨ ଛାତ୍ରଙ୍କୁ ନେଇ ଗଠିତ ଭାରତୀୟ ୧୪ବର୍ଷରୁ କମ୍‍ ରଗ୍‍ବୀ ଦଳ ଆନ୍ତର୍ଜାତିକ ରଗ୍‍ବୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ସାମନ୍ତ ଏକ ଚ୍ୟାଲେଞ୍ଜ ନେଇ ଏହି ରଗ୍‍ବୀ ଦଳକୁ ଲଂଲଣ୍ଡ ପଠାଇଥିଲେ। ଲଂଲଣ୍ଡରେ କିସ୍‍ ରଗ୍‍ବୀ ଦଳ ଅତି ଚମତ୍କାର ଭାବେ ପ୍ରଦର୍ଶନ କରି ବିଶ୍ୱ ଚାମ୍ପିଅନ୍‍ ହୋଇଥିଲା। ଜଙ୍ଗଲ କ୍ରାଏର ସଫଳତାରେ କିସ୍‍ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଯୋଜକ ପ୍ରଶାନ୍ତ ଶାହ ଓ ନିର୍ଦ୍ଦେଶକ ସାଗର ବାଲାରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe