ଏସ୍‌ଟିଏଫ୍‌ ଅଫିସ୍‌ ନିକଟରେ ଦାଦାଗିରି: କଲେଜ ବସ୍‌ ଭାଙ୍ଗିଲେ, ଚାଳକଙ୍କୁ ଅପହରଣ ଉଦ୍ୟମ

ଦିନକୁ ଦିନ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ଖୋଲାଖୋଲି ଭ‌ାବେ ଅପରାଧ ଘଟାଉଛନ୍ତି। ରାଜଧାନୀର ରାଜରାସ୍ତା ଉପରେ ଦିନ ଦିପହରେ ହତ୍ୟା, ଲୁଟ୍‌ ଓ ଛିନ୍‌ତାଇ ଭଳି ସଂଗିନ୍‌ ମାମଲା ଘଟୁଛି।

dssxcxc

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ଖୋଲାଖୋଲି ଭ‌ାବେ ଅପରାଧ ଘଟାଉଛନ୍ତି। ରାଜଧାନୀର ରାଜରାସ୍ତା ଉପରେ ଦିନ ଦିପହରେ ହତ୍ୟା, ଲୁଟ୍‌ ଓ ଛିନ୍‌ତାଇ ଭଳି ସଂଗିନ୍‌ ମାମଲା ଘଟୁଛି। ଆଜି ଖୋଦ ପୁଲିସ କାର୍ଯ୍ୟାଳୟ (ଏସ୍‌ଟିଏଫ୍‌ ଅଫିସ୍‌ ଓ ଗୁଇନ୍ଦା କାର୍ଯ୍ୟାଳୟ) ନିକଟରେ ୪ଜଣ ଦୁର୍ବୃତ୍ତଙ୍କ ହଙ୍ଗାମା ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଗାଡ଼ି ସାଇଡ୍‌ମରା ଭଳି ସାମାନ୍ୟ କଥାରେ ଦୁର୍ବୃତ୍ତମାନେ ଏକ କଲେଜ ବସ୍‌ ଭଙ୍ଗାରୁଜା କରିବା ସହ ଚାଳକଙ୍କ ମାଡ଼ ମାରି ଅପହରଣ କରିବାକୁ ଉଦ୍ୟମ କରିଥିଲେ। ସୌଭାଗ୍ୟକୁ ସ୍ଥାନୀୟ ଲୋକେ ଘେରିଯିବାରୁ ବସ୍ ଚାଳକ ରକ୍ଷା ପାଇଗଲେ। ଲୋକେ ଜଣଙ୍କୁ କାବୁ କରିପାରିଥିବା ବେଳେ ଅନ୍ୟ ୩ଜଣ ଖସିପଳାଇଛନ୍ତି। ପୁଲିସ ଅଟକ ଯୁବକକୁ ପଚରାଉଚରା କରି ଫେରାର ହୋଇଯାଇଥିବା ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। 

ଏସ୍‌ଟିଏଫ୍‌ ଅଫିସ୍‌ ନିକଟରେ ଦାଦାଗିରି
ଧରାପଡ଼ିଲା ଜଣେ, କାର୍‌ରେ ଖସିଗଲେ ୩

ଘଟଣାଟି ଥିଲା ଏମିତି। ଆଜି ଅପରାହ୍ଣ ପ୍ରାୟ ୧ଟା ବେଳେ ୟୁନିଟ୍‌-୮ସ୍ଥିତ ଵାର୍କିଂ ଓମେନ୍ସ ହଷ୍ଟେଲ୍‌ ନିକଟ ବସ୍ତି  ରାସ୍ତାରେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଘଟଣାର ଦୃଶ୍ୟ। ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ଟି ସମ୍ମୁଖରୁ ଆସୁଥିବା ଏକ କାର୍‌କୁ ସାଇଡ୍‌ ଦେଇଥିଲା। ମାତ୍ର ସଂକୀର୍ଣ୍ଣ ରାସ୍ତା ଯୋଗୁ କାର୍‌ଟି ପାସ୍‌ କରିପାରି ନଥିଲା। ଏତିକିବେଳେ କାର୍‌ରେ ଥିବା ୪ ଯୁବକ ବାହାରି ଆସି ହଙ୍ଗାମା ଆରମ୍ଭ କରିଦେଲେ। ସେମାନେ ନିକଟରେ ପଡ଼ିଥିବା କାଠଫାଳିଆ ଉଠାଇ ବସ୍‌କୁ ଭଙ୍ଗାରୁଜା କରିଥିଲେ। ଏହାପରେ ବସ୍‌ ଭିତରକୁ ପଶି ଚାଳକଙ୍କୁ ବାହାରକୁ ଟାଣି ନେଇଥିଲେ। ଦୁର୍ବୃତ୍ତମାନଙ୍କ ଏଭଳି ଉଗ୍ରରୂପ ଦେଖି ଛାତ୍ରଛାତ୍ରୀମାନେ ବିକଳରେ ଚିତ୍କାର କରି ଆଖପାଖ ଲୋକଙ୍କୁ ସାହାଯ୍ୟ କରିବାକୁ ଡାକପକାଇଥିଲେ। ପିଲାଙ୍କ ପାଟି ଶୁଣି ବସ୍ତିବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ୩ ଦୁର୍ବୃତ୍ତ କାର୍‌‌ ନେଇ ସେଠାରୁ ଛୁ’ ମାରିଥିଲେ। କିନ୍ତୁ ଜଣେ ଧାଇଁ ନପାରି ଧରାପଡ଼ିଗଲା। ବସ୍ତିବାସିନ୍ଦାମାନେ ତାକୁ ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe