ଧକଉଛି ଦାଢ଼ାପାଟଣା ରେଳ ଫାଟକ

ପଥିକଙ୍କୁ କନ୍ଦାଉଛି ବାରଙ୍ଗ ଷ୍ଟେସନ ନିକଟସ୍ଥ ଦାଢ଼ାପାଟଣା ରେଳ ଫାଟକ। ରେଳଗାଡ଼ି ଫାଟକ ଅତିକ୍ରମ କରି ସରିବା ପରେ ସାଇରନ୍‌ ବାଜିଲେ ବି ଫାଟକ ଉଠୁ ନାହିଁ। କ୍ୟାବିନ୍ ଛାଡ଼ି ସିଗ୍ନାଲ୍‌ ମ୍ୟାନ୍‌ ଆସି ମରାମତି କରିବା ପରେ ଫାଟକ ଉଠୁଛି।

aadadefs

ବାରଙ୍ଗ: ପଥିକଙ୍କୁ କନ୍ଦାଉଛି ବାରଙ୍ଗ ଷ୍ଟେସନ ନିକଟସ୍ଥ ଦାଢ଼ାପାଟଣା ରେଳ ଫାଟକ। ରେଳଗାଡ଼ି ଫାଟକ ଅତିକ୍ରମ କରି ସରିବା ପରେ ସାଇରନ୍‌ ବାଜିଲେ ବି ଫାଟକ ଉଠୁ ନାହିଁ। କ୍ୟାବିନ୍ ଛାଡ଼ି ସିଗ୍ନାଲ୍‌ ମ୍ୟାନ୍‌ ଆସି ମରାମତି କରିବା ପରେ ଫାଟକ ଉଠୁଛି। ଏଭଳି ତ୍ରୁଟି ବାରମ୍ବାର ପରିଲକ୍ଷିତ ହେଉଥିଲେ ମଧ୍ୟ ଏହାକୁ ସଜଡ଼ା ଯାଉନାହିଁ।

ଗତ ସୋମବାର ସନ୍ଧ୍ୟା ୫ଟା ବେଳେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଉଭୟ ପାର୍ଶ୍ୱରେ ଦୀର୍ଘ ସମୟ ଧରି ଅଟକି ରହିଥିବା ଜନସାଧାରଣ ବିରକ୍ତି ଭାବ ପ୍ରକାଶ କରିଥିଲା ବେଳେ ଶତାଧିକ ଯାନବାହନ ଅଟକି ରହିଥିଲା। ସିଗ୍ନାଲ ମ୍ୟାନ୍‌ ଆସି ମରାମତି କରିବା ପରେ ଅଟକିଥିବା ଫାଟକକୁ ଉଠିଥିଲା। ଫାଟକ ଉଠିବା ପରେ ଯାତାୟାତ ସ୍ବଭାବିକ ହୋଇଥିଲା। ବ୍ୟବସାୟ ଦୃଷ୍ଟିକୋଣରୁ ଏହି ଅଞ୍ଚଳର ଗୁରୁତ୍ବ ରହିଥିଲା ବେଳେ ନିକଟରେ ଦାଢ଼ାପାଟଣା ବଜାର, ପନିପରିବା ଦୋକାନ, ଆମିଷ ହାଟ ଆଦି ରହିଛି। ଏଥି ସହିତ ଭୁବନେଶ୍ୱର, କଟକ, କଟକ ସଦର, ଜଟଣୀ, ବାଙ୍କୀ ନିର୍ବାଚନମଣ୍ଡଳୀକୁ ସଂଯୋଗ କରୁଥିବା ରାସ୍ତାର କେନ୍ଦ୍ରସ୍ଥଳରେ ଏହି ଫାଟକ ରହିଛି। ପ୍ରତ୍ୟ ହଜାର ହଜାର ଲୋକ ଏହି ବାଟ ଦେଇ ଯା’ଆସ କରୁଥିବା ସମୟରେ ବାରମ୍ବାର ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସେହିପରି ବହୁ ଲୋକ ଜରୁରି କାର୍ଯ୍ୟରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଚିକିତ୍ସାଳୟ, ବ୍ଲକ୍, ତହସିଲ, ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ, ନ୍ୟାୟାଳୟ ଓ ମେଡିକାଲକୁ ଏହି ବାଟ ଦେଇ ଯାତାୟତ କରିଥାନ୍ତି। ବାରମ୍ୱାର ରେଳ ଫାଟକ ଅଚଳ ହେବାରୁ ସେମାନଙ୍କର ଜରୁରି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ନେଇ ଅଭିଯୋଗ ହୋଇଛି। ରେଳବାଇ କର୍ତ୍ତୃପକ୍ଷ ଯଥାଶୀଘ୍ର ଫାଟକ ମରାମତି କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe