ନବମୀରେ ଦହିପଖାଳ, ଦଶମୀରେ ଚଣ୍ଡୀପାଠ

Advertisment

ଓଡ଼ିଶା ସାମନ୍ତ ପରିଷଦ ପୂଜା କମିଟି

ଓଡ଼ିଶା ସାମନ୍ତ ପରିଷଦ ପୂଜା କମିଟି

ନବମୀରେ ଦହିପଖାଳ, ଦଶମୀରେ ଚଣ୍ଡୀପାଠ

ଭୁବନେଶ୍ୱର: ବିଜେବିନଗର ସୂର୍ଯ୍ୟ ଆପାର୍ଟମେଣ୍ଟ ସମ୍ମୁଖ ପୂଜା ମଣ୍ଡପରେ ଓଡ଼ିଶା ସାମନ୍ତ ପରିଷଦ ମା’ ଜଗତଜନନୀଙ୍କ ସାର୍ବଜନୀନ ପୂଜା ପାରମ୍ପରିକ ରୀତିନୀତିରେ ହେଉଛି। ଏଥର ୨୧ ବର୍ଷରେ ପଦାର୍ପଣ କରୁଥିବା ଏହି ପୂଜା ସବୁଥର ଭଳି ନିରାଡ଼ମ୍ବର ସହକାରେ ଅନୁଷ୍ଠିତ ହେବ ଓ ଯଥାବିଧି ବିଧିବିଧାନକୁ ଗୁରୁତ୍ବ ଦିଆଯିବ। ନବମୀରେ ମା’ଙ୍କୁ ଦହିପଖାଳ ଲାଗି କରାଯିବା ସହ ଦଶମୀରେ ଚଣ୍ଡୀପାଠ କରାଯିବ। ବଡ଼ କଥା ହେଉଛି କେବଳ ଆଧ୍ୟାତ୍ମିକ ପରିବେଶରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ। ଏମିତିକି ଭସାଣ ଉତ୍ସବରେ ମଧ୍ୟ ଗହଳଚହଳ ସୃଷ୍ଟି କରୁଥିବା ବାଜା, ବାଣ, ରୋଶଣିର ସମାହାର ନଥାଏ। ପୁଣି ଭସାଣି ଉତ୍ସବ ଦଶମୀ ଦିନ ମଧ୍ୟରାତ୍ରରେ ହିଁ ସମ୍ପନ୍ନ ହୋଇଥାଏ। ପ୍ରାୟ ୪ଶହ ପରିବାର ଏହି ପୂଜାରେ ସାମିଲ୍ ହୋଇଥାଆନ୍ତି। ଦର୍ଶକ ତଥା ଶ୍ରଦ୍ଧାଳୁମାନଙ୍କୁ ନବମୀରେ ଦହିପଖାଳ ଭୋଗ ବଣ୍ଟନ କରାଯାଉଥିବା ବେଳେ ଦଶମୀ ଦିନ ଚୁଡ଼ାଘଷା ଭୋଗ ଦିଆଯାଇଥାଏ। ଜଗତ କଲ୍ୟାଣ ପାଇଁ ମା’ଙ୍କ ପୂଜାରେ ଚଣ୍ଡୀପାଠ କରିବା ଏକ ପରମ୍ପରା ହୋଇରହିଛି।

ଭକ୍ତିମୟ ପରିବେଶରେ ପୂଜା

publive-image

ଆମର ଏହି ପୂଜାରେ ଭୁବନେଶ୍ୱରରେ ରହୁଥିବା ସାମନ୍ତ ପରିଷଦର ସମସ୍ତ ସଭ୍ୟ ଓ ସଭ୍ୟାମନେ ସାମିଲ୍ ହୋଇଥାଆନ୍ତି। ମା’ଙ୍କ ପୂଜା ପାଇଁ କୌଣସି ପ୍ରକାର ଆଡ଼ମ୍ବରର ଆୟୋଜନ କରାଯାଏ ନାହିଁ। ଭକ୍ତିମୟ ପରିବେଶ ବଜାୟ ରଖିବା ପାଇଁ ବାଣ, ବାଜା ଆଦିର ବ୍ୟବହାର କରାଯାଏ ନାହିଁ।
ଗୋବିନ୍ଦ ଚନ୍ଦ୍ର ଦାସ, ସଭାପତି

ପରିଷଦରେ ଭାଇଚାରା ବଜାୟ ରହିବା ଲକ୍ଷ୍ୟ

publive-image

ପରିଷଦର ସଭ୍ୟମାନଙ୍କ ଭିତରେ ଭାଇଚାରା ଓ ବନ୍ଧୁତା ବଜାୟ ରଖିବା ଆମ ପୂଜାର ଲକ୍ଷ୍ୟ। ଦୀର୍ଘ ୨୧ ବର୍ଷ ହେଲା ସୁରୁଖୁରୁରେ ଏହି ଲକ୍ଷ୍ୟ ବଜାୟ ରହିଛି।
ବିଜୟକୃଷ୍ଣ ମହାନ୍ତି, ସାଧାରଣ ସଂପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe