ଘାସ ଔଷଧ ପକାଇବାରୁ ଜଳିଗଲା ମୁଗ ଫସଲ

Advertisment
ଘାସ ଔଷଧ ପକାଇବାରୁ ଜଳିଗଲା ମୁଗ ଫସଲ

ବାଲିପାଟଣା: ବାରମ୍ବାର କୋହଲା ପାଗ ଓ ଅଦିନିଆ ବର୍ଷା ଯୋଗୁଁ ମୁଗ ଓ ବିରି ଫସଲରେ ଜଉପୋକ ଚରି ଗଲେଣି। ବାଲିପାଟଣା ବ୍ଲକରେ ୫ ହଜାର ୫୦୦ ହେକ୍ଟର ଜମିରେ ମୁଗ ଓ ୧ହଜାର ୮୦ ହେକ୍ଟର ଜମିରେ ବିରି ଚାଷ ହୋଇଥିବା ବେଳେ ବ୍ଲକର ସବୁ ପଞ୍ଚାୟତରେ ଏହି ସମସ୍ୟା ଉଗ୍ରରୂପ ଧାରଣ କରିଛି। ଆଜି ଜଣେ ଚାଷୀ ଫଳନ୍ତି ମୁଗ କିଆରିରେ ଭୁଲ୍‌ବଶତଃ ଅନ୍ୟ ଔଷଧ ପକାଇ ଦେବାରୁ ଫସଲ ଜଳିଯାଇଛି।

ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ବାଗିଲୋ ଗ୍ରାମର ଗୋପାଳ ଭୋଇ ତାଙ୍କ ଗ୍ରାମର ଦୁଇଜଣ ବ୍ୟକ୍ତିଙ୍କ ବିଲ ଭାଗରେ ଆଣି ୨୬ ଗୁଣ୍ଠ ଜମିରେ ମୁଗ ଚାଷ କରିଥିଲେ। ଗଛ ଭଲ ହେବା ସହ ପ୍ରଚୁର ଫଳ ଧରିଥିଲା। ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁଁ ବିଲରେ ଜଉପୋକ ଚରିଗଲେ। ତେଣୁ ତାଙ୍କ ପୁଅ କିଛି ଦିନ ତଳେ ଗୋଟିଏ ବ୍ୟାଗରେ ଜଉ ପୋକ ମରା ଓ ଘାସ ମରା ଔଷଧ କିଣି ଆଣି ଘରେ ରଖିଥିଲେ। ଗତ ଶୁକ୍ରବାର ପୁଅ ଘରେ ନଥିବା ବେଳେ ଗୋପାଳ ଭୁଲବଶତଃ ଘାସମରା ଔଷଧ ପକାଇ ଦେଇଥିବାରୁ ଫସଲ ଜଳି ଯାଇଛି ବୋଲି ତାଙ୍କ ସ୍ତ୍ରୀ ମାଳତି ଭୋଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe