ଚିଙ୍ଗୁଡ଼ିଆ-ପଟୁପଡ଼ା ରାସ୍ତା ଶୋଚନୀୟ

Advertisment
ଚିଙ୍ଗୁଡ଼ିଆ-ପଟୁପଡ଼ା ରାସ୍ତା ଶୋଚନୀୟ

ବାଲିଅନ୍ତା : ବାଲିଅନ୍ତା ବ୍ଲକରେ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ଚିଙ୍ଗୁଡ଼ିଆ - ପଟୁପଡ଼ା ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡ଼ିଛି। ଉପରୋକ୍ତ ଯୋଜନାରେ ୨୦୦୪ରେ ଏହି ରାସ୍ତା ନିର୍ମିତ ହୋଇଥିଲା। ହେଲେ ଏହି ରାସ୍ତା ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି। ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁର ଆସ୍ତରଣ ଉଠିଯିବା ସହ ଏକାଧିକ ସ୍ଥାନରେ ଛୋଟବଡ଼ ଖାଲ ସୃଷ୍ଟି ହୋଇଛି। ଫଳରେ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ପ୍ରଶାନ୍ତ ସ୍ୱାଇଁ ନାମକ ଜଣେ ଯୁବକ କହିଛନ୍ତି। ବର୍ଷାଦିନେ ପରିସ୍ଥିତି ଆହୁରି ସାଂଘାତିକ ହୋଇପଡ଼ୁଛି। କେତେକ ସ୍ଥାନରେ ଉଭୟ ପାର୍ଶ୍ୱର ଘାସ ଓ ଅନାବନା ଗଛଲତାରେ ପିଚୁ ଲୁଚିଗଲାଣି। ରାସ୍ତା ନବୀକରଣ ସଂପର୍କରେ ସ୍ଥାନୀୟ ପଟୁପଡ଼ା ସମେତ ସାନ ବଇଁଚୁଆ, ସୁବାଲୋ ଓ ବୁଢ଼ାଲୋ ଗ୍ରାମବାସୀ ବାରମ୍ବାର ଗ୍ରାମ ଉନ୍ନୟନ ବିଭାଗ କର୍ତୃପକ୍ଷ ଲିଖିତ ଭାବେ ଜଣାଇଛନ୍ତି। ହେଲେ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଦିଗରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe