‘ଦାନା’ ମୁକାବିଲା ପ୍ରସ୍ତୁତି: ‘ବର୍ଷା ପବନ ସମୟରେ ଘରେ ରୁହନ୍ତୁ’

Advertisment

ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ, ଭୁବନେଶ୍ୱର ଡିସିପି ପିନାକ କୁମାର ମିଶ୍ର ଭୁବନେଶ୍ୱର ରିଜର୍ଭ ପୁଲିସ ପଡ଼ିଆରେ ପ୍ରସ୍ତୁତି ପ୍ରକ୍ରିୟାକୁ ତଦାରଖ କରିଥିଲେ।

Updated On

ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ, ଭୁବନେଶ୍ୱର ଡିସିପି ପିନାକ କୁମାର ମିଶ୍ର ଭୁବନେଶ୍ୱର ରିଜର୍ଭ ପୁଲିସ ପଡ଼ିଆରେ ପ୍ରସ୍ତୁତି ପ୍ରକ୍ରିୟାକୁ ତଦାରଖ କରିଥିଲେ।

ଅଦ୍ୟତନ ହୋଇଛି
ସାଧାରଣ ନିର୍ବାଚନ ପାଇଁ କମିସନରେଟ୍‌ ପୁଲିସର ବ୍ଲୁ-ପ୍ରିଣ୍ଟ: ଦାଗୀ ନେତା ଓ କର୍ମୀଙ୍କ ତାଲିକା କରୁଛି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ପୁଲିସ କମିସନର ଏସ୍ ଦେବଦତ୍ତ ସିଂହ, ଭୁବନେଶ୍ୱର ଡିସିପି ପିନାକ କୁମାର ମିଶ୍ର ଭୁବନେଶ୍ୱର ରିଜର୍ଭ ପୁଲିସ ପଡ଼ିଆରେ ପ୍ରସ୍ତୁତି ପ୍ରକ୍ରିୟାକୁ ତଦାରଖ କରିଥିଲେ। ଏନେଇ ସମସ୍ତ ଥାନା ଅଧିକାରୀ ଓ ଜୋନ୍‌ ଏସିପିମାନଙ୍କୁ ନେଇ ବୈଠକ କରି ବିପର୍ଯ୍ୟୟ ସମୟରେ କେଉଁ କେଉଁ ଦିଗ ପ୍ରତି ପୁଲିସ ସତର୍କ ରହିବ, ସେ ପ୍ରସଙ୍ଗରେ ବିଚାର ବିମର୍ଶ କରାଯାଇଥିଲା। ଏହାସହ ବର୍ଷା ପବନ ସମୟରେ ବାହାରକୁ ନ ବାହାରିବାକୁ ସିପି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।  

ବିପଦ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇବାକୁ ଭୁବନେଶ୍ୱର ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ପ୍ରତିଟି ଥାନାକୁ ଗୋଟିଏ ପ୍ଲାଟୁନ ଫୋର୍ସକୁ ସେହି ଥାନା ଅଞ୍ଚଳରେ ୨୪ ଘଣ୍ଟା ଆଲର୍ଟ ରହିବା ସହ ଥାନାଅଧିକାରୀଙ୍କ ସହ ଯୋଗାଯୋଗରେ ରହି ଅତିପ୍ରଭାବିତ ଅଞ୍ଚଳକୁ ତ୍ବରିତ ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଛ ଉପୁଡ଼ି ବା ଡାଳ ଭାଙ୍ଗିବା ପରିସ୍ଥିତିରେ ଗଛକଟା ମେସିନ ଭଳି କୋଠା ଭାଙ୍ଗିବା ପରିସ୍ଥିତି ପାଇଁ ଆବଶ୍ୟକ ଉପକରଣର ବ୍ୟବସ୍ଥା କରାଯାଇଛି। ରାତ୍ରି ସମୟରେ ଲୋକଙ୍କୁ ଉଦ୍ଧାର କିମ୍ବା ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗେଇବା ପାଇଁ ହାଇମାକ୍ସ ଲାଇଟ୍, ଟର୍ଚ୍ଚ ଲାଇଟ୍ ଏବଂ ଡାକବାଜି ଯନ୍ତ୍ର ସହିତ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ତାକୁ ଏଡାଇବା ପାଇଁ ଲୋକଙ୍କୁ ଉଦ୍ଧାର କରିବା, ଆଶୁ ଚିକିତ୍ସା ଦେବା ଭଳି ସୁବିଧା କରାଯାଇଛି। କମିସନରେଟ୍ ପୁଲିସ ଅଧୀନରେରେ ଥିବା ଓଡ୍ରାଫ ଟିମ୍ ଜରିଆରେ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳକୁ ସେବା ଯୋଗାଇବାକୁ ପ୍ରାଧାନ୍ୟ ଦିଆଯାଇଛି। ପିଇବା ପାଣି ଅସୁବିଧା ଥିବା ଅଞ୍ଚଳମାନଙ୍କରେ ଅସ୍ଥାୟୀ ପାନୀୟଜଳ ବ୍ୟବସ୍ଥା କରାଯାଇଛି। କଣ୍ଟ୍ରୋଲ ରୁମ୍ ସହିତ ଏଥିପାଇଁ ଆବଶ୍ୟକ ବ୍ୟାଟେରି ଓ ଭିଏଚ୍‌ଏଫ୍‌ ୟୁନିଟ ଓ ଷ୍ଟାଟିକ୍‌ ଭିଏଚ୍‌ଏଫ୍ ପ୍ରସ୍ତୁତ କରାଯାଇଛି। ୨୬ତାରିଖ ଯାଏଁ ବିଭାଗର କେହି ଛୁଟିରେ ରହିପାରିବେ ନାହିଁ ବୋଲି ସୂଚିତ କରାଯାଇଛି।

ସମସ୍ତ ଥାନାର କର୍ମଚାରୀ ଓ ପରିବାରଲୋକଙ୍କ ପାଇଁ ୩ଦିନ ଯାଏ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପୁଲିସ ପାଟ୍ରୋଲିଂ ସହ ଚୋରି ଓ ସେଭଳି ଅପରାଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ୫ଟି ଟିମ୍‌କୁ ଉଦ୍ଧାର ଓ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରଖା ଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ଏସିପିଙ୍କ ନେତୃତ୍ବରେ ଟିମ୍‌ ଗଠନ କରାଯାଇଛି। ଶୃଙ୍ଖଳିତ ଟ୍ରାଫିକ୍‌ ପାଇଁ ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ପୁଲିସଙ୍କୁ ନିୟୋଜିତ କରାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe