ଭୁବନେଶ୍ୱର: ଭୁବନେଶ୍ବର ମ୍ୟୁଜିକ୍ ସର୍କଲ୍ (ବିଏମ୍ସି) ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ପାରମ୍ପରିକ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ‘ସମର୍ପଣ’ର ଆଜି ଥିଲା ଦ୍ବିତୀୟ ସନ୍ଧ୍ୟା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଉଲ୍ ସଂଗୀତ ପରିବେଷିତ ହୋଇଥିଲା। ପଶ୍ଚିମବଙ୍ଗସ୍ଥିତ ମୁର୍ସିଦାବାଦର ଜଣାଶୁଣା ବାଉଲ୍ ଶିଳ୍ପୀ ଶ୍ୟାମସୁନ୍ଦର ଦାସ ଏବଂ ସାଥୀ ଶିଳ୍ପୀବୃନ୍ଦ ବାଉଲ୍ ସଂଗୀତ ଭେଟି ଦେଇଥିଲେ।
ପରେ ଶ୍ରୀନଗରର ଜନାବ୍ ମୁନିର୍ ଅହମ୍ମଦ ମୀର୍ଙ୍କ ସୁଫି ସଂଗୀତରେ ବିଭୋର ହୋଇଥିଲେ ଶ୍ରୋତା। ତାଙ୍କୁ ବାଦ୍ୟଯନ୍ତ୍ରରେ ଜନାମ୍ ଗୁଲାମ ମହମ୍ମଦ, ତବଲାରେ ଦୁଷ୍ମନ୍ତ ପରିଡ଼ା, ଢୋଲକରେ ଜ୍ଞାନରଂଜନ ଜେନା, ଅକ୍ଟୋପ୍ୟାଡ୍ରେ ପ୍ରିୟରଂଜନ ମହାନ୍ତି, ବଂଶୀରେ ଏମ୍ ସୀମାଦ୍ରି ଏବଂ କି-ବୋର୍ଡରେ ଅଜୟ କୁମାର ଦାସ ସହଯୋଗ କରିଥିଲେ। ଏହି ଅବସରରେ ପୂର୍ବତନ ପ୍ରଶାସକ ଅଶୋକ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଏମ୍ସିର ସଭାପତି ଅରବିନ୍ଦ ବେହେରା ଏବଂ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଉପସ୍ଥିତ ଥିଲେ। ଡ.ସଂଗୀତା ଗୋସାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସଂଗୀତ ନୃତ୍ୟର କାର୍ଯ୍ୟକ୍ରମ ‘ସମର୍ପଣ’ ସୁଫି ସଂଗୀତରେ ବିଭୋର୍
Advertisment
Follow Us