Advertisment

Dance by Manmohila: ମନମୋହିଲା ସିଂଘମ୍‌ ଡ୍ୟାନ୍‌ସ ଗ୍ରୁପ୍‌ର ନୃତ୍ୟ

Advertisment

ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ପୁରୀ ମୁଖ୍ୟ....

ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ପୁରୀ ମୁଖ୍ୟ....

Untitled-3

ବାରଙ୍ଗ/ତ୍ରିଶୂଳିଆ: ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚୁଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ପୁରୀ ମୁଖ୍ୟ କେନାଲରେ ବୋଇତବନ୍ଦାଣରୁ ଏହି ମହୋତ୍ସବର ଶୁଭାରମ୍ଭ ହୋଇଛି। ସନ୍ଧ୍ୟାରେ ଡାକ୍ତରଖାନା ଛକ ପାଖ ମହୋତ୍ସବ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶା ଗବେଷଣା କେନ୍ଦ୍ରର ନିର୍ଦେଶକ ଡ. ଚଣ୍ଡୀପ୍ରସାଦ ନନ୍ଦ ଯୋଗ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର  ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ କ୍ରୀଡ଼ାବିତ୍‌ ଦୂତି ଚାନ୍ଦଙ୍କ ସମେତ ବସନ୍ତ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ପାଣି, ଅଶ୍ୱିନୀ ସାହୁ, ସୁନିଲ କୁମାର ସିଂ,  ଉଗ୍ରଶେନ ଘଡ଼ାଇ ଓ କମିଟିର ସମ୍ପାଦକ ରାମଚନ୍ଦ୍ର ଦାସ ଯୋଗ ଦେଇଥିଲେ। ଏହି ଅବସରରେ ଶିଶୁ ସାହିତ୍ୟିକ ଶିଦ୍ଧେଶ୍ୱର ମିଶ୍ର, ସମାଜସେବୀ ବ୍ରଜକିଶୋର ନନ୍ଦ, ଶିକ୍ଷାବିତ ବିଶ୍ୱନାଥ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ଫୁଟବଲ୍‌ ପ୍ରତିଯୋଗିତାର ବିଜେତା କୁଡିମହଲ ଓ ଉପବିଜେତା ପ୍ରତାପନଗରୀ ଦଳକୁ ଏହି ଅବସରରେ ଟ୍ରଫି ପ୍ରଦାନ କରାଯାଇଥିଲା। ସିଂଘମ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟରେ ମଞ୍ଚ ଦଲୁକିଥିଲା ଓ ମେଲୋଡି କୁଇନ୍ ଅନ୍ତରା ଚ଼କ୍ରବର୍ତ୍ତୀଙ୍କ କଣ୍ଠ ସଂଗୀତରେ ମନ୍ତ୍ରମୁଗ୍ଧ ହୋଇଥିଲେ ସହସ୍ରାଧିକ ଦର୍ଶକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe