ଉପସରଣମ୍‌ ନୃତ୍ୟରେ ଦେବୀଶକ୍ତିର ବର୍ଣ୍ଣନା

Advertisment
ଉପସରଣମ୍‌ ନୃତ୍ୟରେ ଦେବୀଶକ୍ତିର ବର୍ଣ୍ଣନା

ଭୁବନେଶ୍ୱର: ଗୁରୁଙ୍କ ବନ୍ଦନା ହେଉ କି ଦେବୀ ଦୁର୍ଗାଙ୍କ ଅପାର ଶକ୍ତିର ବର୍ଣ୍ଣନା। ପ୍ରଭୁ ଶିବଙ୍କ ନିକଟରେ ନୈବେଦ୍ୟ ବାଢ଼ିବାଠୁ ନେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ ଭାବର ପରିପ୍ରକାଶ। ଓଡ଼ିଶୀ ନୃତ୍ୟରେ ଶିଳ୍ପୀଙ୍କ ଭାବ ମିଶ୍ରିତ ନୃତ୍ୟ ଦର୍ଶକଙ୍କ ମନ କିିଣି ନେଇଥିଲା। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ନୃତ୍ୟ ଉତ୍ସବ ‘ଉପସରଣମ୍‌’ ଆଣି ଦେଇଥିଲା ଏହିପରି ଏକ ଉପଭୋଗ୍ୟ ଅବସର। ଗୁରୁ କେଳୁଚରଣ ମହାପାତ୍ରଙ୍କ ନୃତ୍ୟ ସଂରଚନା ଏବଂ ସୃଜନର ନିର୍ଦେଶକ ରତିକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ସମସ୍ତ ନୃତ୍ୟ ମନଛୁଆଁ ହୋଇଥିଲା। ସୃଜନର ଶିକ୍ଷାନବିଶମାନେ ପରିବେଷଣ କରିଥିଲେ ନୃତ୍ୟ। ପ୍ରଣତି ମହାନ୍ତି, ଡ. ଇଲିଆନା ସିତାରିଷ୍ଟି ଏବଂ ଡ. ବିଜୟ କୁମାର ଜେନା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପ୍ରଜ୍ଞା ପାରମିତା ଦାସ, ରିୟା ଚକ୍ରବର୍ତୀ, ଶିବାଙ୍ଗୀ ପାଣିଗ୍ରାହୀ, ରାଜଶ୍ରୀ ପ୍ରହରାଜଙ୍କ ସଂଯୋଜନା ଓ ପ୍ରସ୍ତୁତି ବେଶ୍‌ ହୃଦୟସ୍ପର୍ଶୀ ଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe