କିଟ୍‌ରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ

Advertisment
କିଟ୍‌ରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ

ଚନ୍ଦ୍ରଶେଖରପୁର: କିଟ୍‍ର ୨୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଗତ ନଭେମ୍ବର ୧୬ରୁ ଦୀର୍ଘ ୩ ମାସ ଧରି ଚାଲିଥିବା ରୌପ୍ୟ ଜୟନ୍ତୀ ‘ସଏଲ୍‌ ଟୁ ସିଲ୍‌ଭର’ ଅବସରରେ ଆଜି ଜାତୀୟ ମେଗା ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଯାଇଛି। ଏହି ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ଭାରତର ୨୫ ରାଜ୍ୟର ପ୍ରସିଦ୍ଧ ନୃତ୍ୟ ଦଳ ପ୍ରଦର୍ଶନ କରିଥିଲେ। ଓଡ଼ିଶା ସମେତ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, ଗୋଆ, ସିକିମ୍‍, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ମଣିପୁର, କେରଳ, ଆସାମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିଆଣା ଆଦି ରାଜ୍ୟର ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ଦେଖିବାକୁ ମିଳିଥିଲା।

ଓଡ଼ିଶୀ ସମେତ କୁଚିପୁଡ଼ି, କଥକ, ଭାରତନାଟ୍ୟମ୍‍, କଥକଲି ଆଦି ଶାସ୍ତ୍ରୀୟ ନୃତ୍ୟ ସହ ପାନ୍ଥି, ଝୁମର, ଛଉ, ଗାସିୟାରି, ସାମେଇ, ନାଟି, ବିହୁ, ଲାବଣି, ଭାଙ୍ଗଡ଼ା ଆଦି ଲୋକନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଏହି ମେଗା ନୃତ୍ୟ ମହୋତ୍ସବ ଏକ ମିନି ଭାରତର ପରିବେଶ ସୃଷ୍ଟି କରିଥିବା ବେଳେ ବିବିଧତାରେ ଏକତା ଓ ଜାତୀୟ ସଂହତିର ପ୍ରମାଣ ଦେଇଥିଲା। କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଭାପତି ଶାଶ୍ୱତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର୍‌ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ସମେତ କିଟ୍‍ ଓ କିସ୍‍ର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନୃତ୍ୟଦଳମାନକୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe