ନୃତ୍ୟରୁ ଝରିଲା ଭକ୍ତ-ଭଗବାନଙ୍କ ଅମୃତଗାଥା

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା

ନୃତ୍ୟରୁ ଝରିଲା ଭକ୍ତ-ଭଗବାନଙ୍କ ଅମୃତଗାଥା

ଭୁବନେଶ୍ୱର: କେତେବେଳେ ଭକ୍ତ ଓ ଭଗବନାଙ୍କ ଅପୂର୍ବ ମିଳନ ତ କେବେ ସନ୍ତାନ ପ୍ରତି ମା’ର ବାତ୍ସଲ୍ୟ ମମତା। ଜନ୍ମାଷ୍ଟମୀର କିଛି ଦିନ ପରେ ମଞ୍ଚରେ ଭଗବାନ ଶ୍ରୀକୃଷ୍ଣଙ୍କ ଚପଳାମି ଓ ମା’ ଯଶୋଦାଙ୍କ ଅନାବିଳ ପ୍ରେମର ଜୀବନ୍ତ ଦୃଶ୍ୟ ଏବଂ ପ୍ରଭୁ ନୃସିଂହ ଓ ଭକ୍ତ ପ୍ରହ୍ଲାଦ ମଧ୍ୟରେ ସଂପର୍କ ଦର୍ଶକଙ୍କୁ ଅପଲକ ନୟନରେ ଅନାଇ ରହିବାକୁ ବାଧ୍ୟ କରୁଥିଲା। ନୃତ୍ୟଶିଳ୍ପୀ ବୈଜୟନ୍ତୀ କାସୀ ଓ ପ୍ରତୀକ୍ଷା କାସୀ କୁଚିପୁଡ଼ି ନୃତ୍ୟ ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ଏମିତି ବିମୋହିତ କରୁଥିଲେ। ଅବସର ଥିଲା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାର। ପ୍ରଥମ ପ୍ରସ୍ତୁତି ଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀଙ୍କ ଦ୍ୱାରା ଗୀତଗୋବିନ୍ଦ ପରିବେଷଣ। ଅତିଥି ଭାବେ ଯୋଗ ଦେଇଥିଲେ ଭାରତୀୟ ବିଦ୍ୟାଭବନର ଉପାଧ୍ୟକ୍ଷ ଏସ କେ ତାମୋଟିଆ, କ୍ରାଉନ୍‌ ହୋଟେଲ ଉପାଧ୍ୟକ୍ଷ ଏ କେ ତାଲୁକଦା, ଓ ପ୍ରିୟଦର୍ଶିନୀ ହସ୍ତତନ୍ତର ଲଲାଟେନ୍ଦୁ ମହାନ୍ତି। ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe