ଅରୁଣାଙ୍କୁ ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ

Advertisment
ଅରୁଣାଙ୍କୁ ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନ

ବାଲିଅନ୍ତା : ଚଉଷଠୀ ଯୋଗିନୀ ପୀଠ କଳା ମଣ୍ଡପରେ ୩ ଦିନ ଧରି ଚାଲିଥିବା ସାଂସ୍କୃତିକ ଶାସ୍ତ୍ରୀୟ ସଂଧ୍ୟା ଆଜି ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ‌, କେନ୍ଦ୍ରାଞ୍ଚଳ ଆୟୁକ୍ତ ଅନୀଲ ସାମଲ, ଅବସରପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ଚଳିତ ବର୍ଷର ଚଉଷଠୀ ଯୋଗିନୀ ନୃତ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶାସ୍ତ୍ରୀୟ କାର୍ଯ୍ୟକ୍ରମର ତୃତୀୟ ସୋପାନରେ ଛତିଶଗଡ଼ ଭିଲାଇ ନୃତ୍ୟଧାମ ନୃତ୍ୟାନୁଷ୍ଠାନର ଗୁରୁ ରାକ୍ଷୀ ରାୟ ଓ ସାଥୀ ଶିଳ୍ପୀ ମହାକାବ୍ୟ ଗୀତଗୋବିନ୍ଦର ଉଦ୍ଧୃତାଂଶ ବିଷ୍ଣୁଙ୍କ ଦଶାବତାର ଓ ପରେ ଶିବସ୍ତୁତି ବରଣମ୍‌ ପରିବେଷଣ କରିଥିଲେ। ରୁଣୁଝୁଣୁ ଘୁଙ୍ଗୁରର ତାଳେ ତାଳେ କାଖରେ କଳସୀ ଧରି ଦଳଗତ ନୃତ୍ୟାଭିନୟ ଦର୍ଶକଙ୍କୁ ପୁଲକିତ କରିଥିଲା। ପ୍ରଥମ ପ୍ରସ୍ତୁତିରେ ଗୁରୁ ଅରୁଣା ମହାନ୍ତି ଓ ସାଥୀ ଶିଳ୍ପୀ ଯୁଗଳବନ୍ଦୀ ନୃତ୍ୟ ପରିବେଷଣ କରିଥିଲେ। ପରେ ନୂଆଦିଲ୍ଲୀର ଜୟନ୍ତିକା ନୃତ୍ୟାନୁଷ୍ଠାନର ଗୁରୁ ମଧୁମିତା ରାଉତ ଓ ଛାତ୍ରୀ ଶିଳ୍ପୀ ସମୂହ ଓଡ଼ିଶୀ ନୃତ୍ୟରେ ପରିବେ‌ଷଣ କରିଥିଲେ ମହିଷାସୁରମର୍ଦ୍ଦିନୀ ଏବଂ ଦଶାବତାର। ମଞ୍ଚ ପରିଚାଳନା କରିଥିଲେ ଅଭିନେତ୍ରୀ ମଧୁମିତା ମହାନ୍ତି। ଅପରାହ୍‌ଣରେ କଥାକାର ଅଜୟ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ବତ ସଭାରେ କବି ଡ. ହରପ୍ରସାଦ ଦାସ ଓ ଡ. ବଂଶୀଧର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଡ. ଦାସଙ୍କୁ ଚଉଷଠୀ ଯୋଗିନୀ ସାହିତ୍ୟ ସମ୍ମାନ ଓ ଈପ୍‌ସିତା ଷଡ଼ଙ୍ଗୀଙ୍କୁ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ରୁନା ପଣ୍ଡା ଓ ସଂପାଦିକା ପ୍ରତିଭା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe