ଭୁବନେଶ୍ୱର: ନୃତ୍ୟ ପ୍ରତିଭା ପକ୍ଷରୁ ଆଜି ଷଷ୍ଠ ରଜ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, କେଳୁଚରଣ ମହାପାତ୍ର ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା ସଙ୍ଗୀତା ଗୋସାଇଁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଶିଳ୍ପୀମାନଙ୍କ ଦ୍ୱାରା ଫ୍ୟୁଜନ, ଓଡ଼ିଶୀ, ବିହୁ, ଲୋକନୃତ୍ୟ, ସମ୍ବଲପୁରୀ ଓ ରଜ ଗୀତ ଆଦି ପରିବେଷଣ କରାଯାଇଥିଲା। ରଜନୀଗନ୍ଧା ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ରଜନୀ ରଞ୍ଜନ ଦାଶ ସଭାପତିତ୍ୱ କରିଥିଲେ। ନୃତ୍ୟ ପ୍ରତିଭାର ସମ୍ପାଦିକା ପ୍ରତିଭା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ନୃତ୍ୟ ପ୍ରତିଭା ପକ୍ଷରୁ ରଜ ଉତ୍ସବ
Advertisment
Follow Us