ମେରୁଯାତ୍ରାରେ ଦଣ୍ଡପାଟୁଆଙ୍କ ଅଘୋରତପ: ତତଲା ବାଲିରେ ଗଡ଼ିଲେ, ଝୁଣା ନିଆଁ ମାଡ଼ ଖାଇଲେ

Advertisment

ମହାବିଷୁବ ସଂକ୍ରାନ୍ତିରେ ଅନୁଷ୍ଠିତ ହେଉଥିବା ଝାମୁଯାତ୍ରାର ଅବ୍ୟବହିତ ପୂର୍ବରୁ ଆଜି ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ମେରୁଯାତ୍ରା। ଆଜି ଦଣ୍ଡୁଆମାନେ ତତଲା ବାଲିରେ ଗଡ଼ିବା ସହିତ ଦେହରେ ନିଆଁ ଝୁଣା ମାଡ଼ ଖାଇ ଅଘୋରତପ ସାଧନ କରିଥିଲେ।

ମହାବିଷୁବ ସଂକ୍ରାନ୍ତିରେ ଅନୁଷ୍ଠିତ ହେଉଥିବା ଝାମୁଯାତ୍ରାର ଅବ୍ୟବହିତ ପୂର୍ବରୁ ଆଜି ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ମେରୁଯାତ୍ରା। ଆଜି ଦଣ୍ଡୁଆମାନେ ତତଲା ବାଲିରେ ଗଡ଼ିବା ସହିତ ଦେହରେ ନିଆଁ ଝୁଣା ମାଡ଼ ଖାଇ ଅଘୋରତପ ସାଧନ କରିଥିଲେ।

sdsdxcxc

ଚନ୍ଦ୍ରଶେଖରପୁର: ମହାବିଷୁବ ସଂକ୍ରାନ୍ତିରେ ଅନୁଷ୍ଠିତ ହେଉଥିବା ଝାମୁଯାତ୍ରାର ଅବ୍ୟବହିତ ପୂର୍ବରୁ ଆଜି ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ମେରୁଯାତ୍ରା। ଆଜି ଦଣ୍ଡୁଆମାନେ ତତଲା ବାଲିରେ ଗଡ଼ିବା ସହିତ ଦେହରେ ନିଆଁ ଝୁଣା ମାଡ଼ ଖାଇ ଅଘୋରତପ ସାଧନ କରିଥିଲେ। ଏହି ଅବସରରେ ରଙ୍ଗମାଟିଆ ମା ବାସୁଳେଇଙ୍କ ପୀଠରେ ଏହି ମେରୁଯାତ୍ରା ପାଳିତ ହୋଇଯାଇଛି। ଗ୍ରାମଦେବୀ ମା ବାସୁଳେଇଙ୍କ ପାଟୁଆମାନେ ମୁହଁରେ ଝୁଣା ନିଆଁ ମାଡ଼ ଖାଇଥିଲେ। ଏହାକୁ କାଳିଶିଙ୍କ ଶୀତଳଖିଆ ବୋଲି କୁହାଯାଏ। ମୁଖ୍ୟ କାଳିଶି ଭଗବାନ ମହାରଣାଙ୍କ ପରିଚାଳନାରେ ପାଟୁଆମାନେ ବ୍ରତ ପାଳନ କରୁଛନ୍ତି।

ସେହିଭଳି କଳାଝରୀ ଓସ୍ତପଡ଼ା ଗ୍ରାମରେ ଆଜି ଦଣ୍ଡୁଆମାନେ ମଙ୍ଗଳାଙ୍କ ପୀଠରେ ଅଧିଆ ପଡ଼ିଥିଲେ। ଦଣ୍ଡୁଆମାନେ  କାଳିଶିଙ୍କଠାରୁ ଝୁଣା ନିଆଁ ମାଡ଼ ଖାଇବା ସହ ଗ୍ରାମ ପରିକ୍ରମା କରି ମାଗୁଣି ପଣା ପିଇଥିଲେ। ଓସ୍ତପଡ଼ା ଗ୍ରାମର ମୁଖ୍ୟ କାଳିଶି ରୋହିତ ସାମଲ ଏହି ଝାମୁଯାତ୍ରା ପରିଚାଳନା କରୁଛନ୍ତି। ସେହିଭଳି  ଭୋଟପଡ଼ା ମା ଦରିଆଣୀଙ୍କ ପୀଠ, ଗାଡ଼କଣ ମା ବରଡ଼େଇଙ୍କ ପୀଠ ସମେତ ପଟିଆ, ଡମଣା, କଳାରାହାଙ୍ଗ, ରଘୁନାଥପୁର, ଚକେଇସିହାଣି ଓ ମଞ୍ଚେଶ୍ବର ଆଦି ଗାଁରେ ଗ୍ରାମଦେବୀଙ୍କ ପୀଠରେ ଆଜି ମହାମେରୁ ଯାତ୍ରା ପାଳିତ ହୋଇଯାଇଛି। ଆସନ୍ତାକାଲି ପାଳିତ ହେବ ଝାମୁଯାତ୍ରା। କାଳିଶି ଓ ଦଣ୍ଡୁଆମାନେ ଜମୁନା ଗାଧୋଇବା ପରେ ନିଆଁରେ ଚାଲିବେ। କିଛି କିଛି ସ୍ଥାନରେ ପାଟୁଆ ନିଆଁ କୁଣ୍ଡ ଉପରେ ଝୁଲିବା ବିଧି ରହିଛି। ସେହିଭଳି କିଛି ଜାଗାରେ କାଳିଶି ତତଲା ଖିରି ହାଣ୍ଡିରେ ହାତ ପୂରାଇ ଘାଣ୍ଟିବା ପ୍ରଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe