ଶ୍ରୀବନ୍ତପୁର ରାସ୍ତାରେ ବିପଦ, ପ୍ରଶାସନ ନିରବ

Advertisment
ଶ୍ରୀବନ୍ତପୁର ରାସ୍ତାରେ ବିପଦ, ପ୍ରଶାସନ ନିରବ

ବାରଙ୍ଗ: ସ୍ଥାନୀୟ ଶ୍ରୀବନ୍ତପୁର ଗ୍ରାମ୍ୟ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ଉପରେ ଦୁଇଟି ଗଛ ଲଦି ହୋଇ ରହିଛି। ଦୀର୍ଘ ମାସ ଧରି ଗଛ ଦୁଇଟି ବିଦ୍ୟୁତ୍ ତାର ଉପରେ ମାଡ଼ି ହୋଇ ରହିଥିବାରୁ କେତେବେଳେ ବଡ଼ ଧରଣର ଅଘଟଣ ଘଟିବ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏ ନେଇ ବାରମ୍ବାର ଜିଲ୍ଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇ ଆସୁଛି।

ବାତ୍ୟା ଫନି ପରଠାରୁ ଏକ ଦେବଦାରୁ ଗଛ ଓ ଏକ ମୃତ ଆମ୍ବଗଛ ଭାଙ୍ଗି ବିଦ୍ୟୁତ୍ ତାର ଉପରେ ଲଦି ହୋଇ ରହିଛି। ଏହି ଗଛ ଦୁଇଟି କଟା ଯାଇନଥିବାବେଳେ ଏବେ ପୁଣି ଦୁଇ ଦିନ ପୂର୍ବେ ଏକ ଚାକୁଣ୍ଡା ଗଛ ଅଧାରୁ ଭାଙ୍ଗି ସେହି ବିଦ୍ୟୁତ୍ ତାର ଉପରେ ଲଦି ହୋଇରହିଛି। ଫଳରେ ନିକଟରେ ଥିବା ଟ୍ରାନ୍ସଫର୍ମରଠାରୁ ଦୁଇଟି ଖୁଣ୍ଟ ପର୍ଯ୍ୟନ୍ତ ବିଦ୍ୟୁତ୍ ତାର ରାସ୍ତା ଉପରକୁ ନଇଁ ପଡ଼ିଛି। ଫଳରେ ଟ୍ରାନ୍ସଫର୍‌ମର ସହିତ ଦୁଇଟିଯାକ ଖୁଣ୍ଟ ଉପୁଡ଼ି ପଡିବ ବୋଲି ଆଶଙ୍କା କରାଯାଉଛି। ଏଭଳି ଅବସ୍ଥା ଦେଖି ଏହି ରାସ୍ତା ଦେଇ ଯାତାୟତ କରୁଥିବା ଶହ ଶହ ଲୋକ ଏବେ ଆତଙ୍କିତ ହୋଇ ପଡ଼ିଛନ୍ତି। ଅନ୍ୟ ବାଟ ନଥିବାରୁ ଲୋକେ ଏହି ରାସ୍ତା ଦେଇ ଜୀବନକୁ ପାଣି ଛଡ଼ାଇ ଯାତାୟାତ କରୁଥିବା କହିଛନ୍ତି। ଏ ନେଇ ସ୍ଥାନୀୟ ଲୋକେ ଉଭୟ ବ୍ଲକ ପ୍ରଶାସନ ଓ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କେହି ସେ ଦିଗରେ ଧ୍ୟାନ ଦେଇନାହାନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଯଦି ଭବିଷ୍ୟତ‌ରେ କୌଣସି ଅଘଟଣ ଘଟେ, ସେଥିପାଇଁ ସୃଷ୍ଟି ହେବାକୁ ଥିବା ଭୟଙ୍କର ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe