ଭୁବନେଶ୍ୱର: ରାଜଧାନୀର ରାସ୍ତା ଏବେ କେବଳ ଗାଡ଼ି ଚାଳକଙ୍କ ପାଇଁ ମରଣଯନ୍ତା ପାଲଟିନି, ରାସ୍ତାରେ ଚାଲିକି ଗଲେ ବି ମୃତ୍ୟୁ ଟାଣି ନେଉଛି। ମୁକୁଳା ଡ୍ରେନ୍ ରାସ୍ତାରେ ଯମ ଭଳି ଚାହିଁ ରହିଛି। ଟିକିଏ ଅସାବଧାନତା ମୃତ୍ୟୁ ମୁଖକୁ ଠେଲି ଦେବାକୁ ଯଥେଷ୍ଟ। କେବଳ ଗୋଟିଏ କି ଦୁଇଟି ଅଞ୍ଚଳରେ ରାସ୍ତାର ଅବସ୍ଥା ଏମିତି ନୁହେଁ, ଅଧିକାଂଶ ରାସ୍ତାର ଅବସ୍ଥା ଏମିତି। ସେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ରାସ୍ତା ହେଉ କି ପୂର୍ତ୍ତ କି ବିଏମ୍ସିର। ବର୍ଷା ସମୟରେ ଜାତୀୟ ରାଜପଥ ଜଳ ନିଷ୍କାସନ ପାଇଁ ରାସ୍ତା କଡ଼ରେ ତିନି ଫୁଟ ଓସାର ୪ ଫୁଟ ଗଭୀରର ବଡ଼ ବଡ଼ ଡ୍ରେନ୍ ହୋଇଛି। ଯାହା ଏବେ ମରଣଯନ୍ତା ପାଲଟିଛି। ବର୍ଷା ସମୟରେ ଡ୍ରେନ୍ରୁ ପାଣି ଉଛୁଳି ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ଚାଲୁଥିବାରୁ ରାସ୍ତା କେଉଁଠି ଡ୍ରେନ୍ କେଉଁଠି ଜଣାପଡ଼ୁନି। ଏମିତିରେ ୪ବର୍ଷରେ ୬ଜଣ ଭଙ୍ଗା ଓ ମୁକୁଳା ଡ୍ରେନ୍ରେ ପଡ଼ି ମଲେଣି। କିନ୍ତୁ କର୍ତ୍ତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ। ଫଳରେ ରାସ୍ତାରେ ଚାଲିବା ଜୀବନ ପାଇଁ ବିପଦ ପାଲଟିଗଲାଣି।।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us