ବିପଦସଂକୁଳ ଅବସ୍ଥାରେ କଲେଜ ତୋରଣ

Advertisment
ବିପଦସଂକୁଳ ଅବସ୍ଥାରେ କଲେଜ ତୋରଣ

ବାଲିପାଟଣା : ସ୍ଥାନୀୟ ଶିଶୁ ଅନନ୍ତ କଲେଜର ମୁଖ୍ୟ ତୋରଣ ବିପଦସଂକୁଳ ଅବସ୍ଥାରେ ଅଛି। ଦୀର୍ଘ ବର୍ଷ ହେଲା ମରାମତି ହୋଇନଥିବାରୁ ଏହା ଦୁର୍ବଳ ହୋଇ ଭାଙ୍ଗି ପଡ଼ିବା ଅବସ୍ଥାରେ ରହିଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ପ୍ରତି ବିପଦ ରହିଛି ବୋଲି ଅଭିଯୋଗ ହେଉଛି। ତୁରନ୍ତ ମରାମତି କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଛନ୍ତି।

ସୂଚନାନୁସାରେ ୧୯୭୮ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି କଲେଜ ଅଞ୍ଚଳର ସର୍ବ ପୁରାତନ କଲେଜ ଅଟେ। ବର୍ତମାନ କଲେଜରେ କଳା,ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗର ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨ ହଜାରରୁ ଅଧିକ। ୨୦୧୦ ମସିହାରେ ବିଧାୟକଙ୍କ ପାଣ୍ଠିରୁ ଏହି ଫାଟକ ନିର୍ମାଣ ହୋଇଥିଲା। ମାତ୍ର ଏହା ଭିତରେ ଆଉ ଏହାର ମରାମତି କରାଯାଇନାହିଁ। ଫଳରେ ଉକ୍ତ ତୋରଣର ପ୍ଲାଷ୍ଟରରେ ଫାଟ ସୃଷ୍ଟି ହୋଇଛି। ବହୁ ସ୍ଥାନରୁ ପ୍ଳାଷ୍ଟର ଛାଡ଼ି ଯାଇଥିବାରୁ ଭିତର ଲୁହା ଛଡ଼ ଦେଖାଯାଉଛି। ସେଗୁଡ଼ିକ କଳିଙ୍କ ଲାଗି ଦୁର୍ବଳ ହୋଇଗଲାଣି। ତେଣୁ ତୋରଣଟି ବେଳେବେଳେ ହଲୁଥିବା ଅଭିଯୋଗ ହେଉଛି। ତୋରଣ ଦେଇ କଲେଜ ଷ୍ଟାଫ୍‌ ଓ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। କଲେଜ କର୍ତୃପକ୍ଷ ଏ ସମସ୍ୟା ସମ୍ବନ୍ଧରେ ବିଧାୟକ ଅରବିନ୍ଦ ଢାଲିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଧାୟକ ନିଜ ପାଣ୍ଠିରୁ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏ ଯାଏ ଟଙ୍କାଟିଏ ବି ମିଳିପାରିନାହିଁ। କଲେଜ ଗେଟ୍‌, ପାଚେରି ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ଲାଗି ସରକାରୀସ୍ତରରେ ପ୍ରୟାସ ହେବା ଜରୁରୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe