ବିପଜ୍ଜନକ ଅବସ୍ଥାରେ ଟ୍ରାନ୍‌ସଫର୍ମର

Advertisment
ବିପଜ୍ଜନକ ଅବସ୍ଥାରେ ଟ୍ରାନ୍‌ସଫର୍ମର

ପୁରୁଣା ଭୁବନେଶ୍ୱର : ସ୍ଥାନୀୟ ପୂର୍ଣ୍ଣମା ଗେଟ୍‌ ଅଞ୍ଚଳରୁ ନବୀନ ନିବାସ ଆଡ଼କୁ ଯାଇଥିବା ରାସ୍ତାର ବାମ ପାର୍ଶ୍ୱରେ ବିପଜ୍ଜନକ ଅବସ୍ଥାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର। ପ୍ରତିଦିନ ଏହି ରାସ୍ତାରେ ଶହଶହ ଲୋକ ଯାତାୟାତ କରୁଛନ୍ତି। ଫଳରେ ଯେକୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଘଟିପାରେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଟ୍ରାନ୍ସର୍ଫମର ଚାରିପଟେ ପାଚେରି ନାହିଁ। ବିଦ୍ୟୁତ୍‌ ତାର ସଂଯୋଗ ସ୍ଥାନ ମୁକୁଳା ପଡ଼ିଛି। ରାସ୍ତାରେ ଯିବା ବେଳେ କେହି ସେଥିରେ ପିଟି ହୋଇଗଲେ ସିଧା ସଳଖ ବିଦ୍ୟୁତ ଆଘାତ ପାଇବେ। ସେହିପରି ରାସ୍ତା ଅନ୍ଧାର ଥିବା ବେଳେ ସେଥିରେ ପିଟି ହୋଇଯିବାର ଆଶଙ୍କା ରହିଛି। ଏହି ମୁକୁଳା ଟ୍ରାନ୍ସଫର୍ମର୍‌କୁ କର୍ତୃପକ୍ଷ ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି କେଦାର ଗୌରୀ ବିହାର ରାସ୍ତା, କପିଳେଶ୍ୱର ଛକ ପାଖରେ ରାସ୍ତା କଡ଼ରେ ଓ ସ୍ଥାନୀୟ ଗୋବିନ୍ଦେଶ୍ୱର ରୋଡ୍‌ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏନେଇ ସେସୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଖୁବ୍‌ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe