ମଳିପଡ଼ାରେ ଦନ୍ତା ରାମୁ ଆତଙ୍କ

Advertisment
ମଳିପଡ଼ାରେ ଦନ୍ତା ରାମୁ ଆତଙ୍କ

ମେଣ୍ଢାଶାଳ : ଭରତପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ଦନ୍ତା ହାତୀ ରାମୁ ଏବେ ଜନବସତିମୁହାଁ ହୋଇଛି। ଦୁଇ ଦିନ ହେଲା ଭରତପୁର ଜିଏ କଲୋନିରେ ଘୁରି ବୁଲିବା ପରେ ଗତ ରାତିରେ ମଳିପଡ଼ାରେ ଆତଙ୍କ ଖେଳାଇଥିଲା। ଭୁବନେଶ୍ୱର ଉପକଣ୍ଠ ଏହି ଗାଁରେ ପଶି ଲୋକଙ୍କ ପାଚେରି ଭାଙ୍ଗିବା ସହ ଜମିବାଡ଼ିରେ ବ୍ୟାପକ ନଷ୍ଟ କରିଥିଲା। ଏହି ଗାଁର ଆଲୋକ ବୈରିଶଲ୍ୟଙ୍କ ପାଚେରି ଭାଙ୍ଗିଥିଲା। ଶୂନ୍ୟବାସୀ ସାମନ୍ତରାୟ, ରବିନାରାୟଣ ବଡ଼ଜେନା, ଯଯାତିକେଶରୀ ହରିଚନ୍ଦନ, ତ୍ରିନାଥ ସାମନ୍ତରାୟ ଓ ଯୁଧିଷ୍ଠିର ବଡ଼ଜେନାଙ୍କ ବାଡ଼ିରୁ ମକା, କଦଳୀ ଗଛ ଓ ଅନ୍ୟାନ୍ୟ ପରିବା ଗଛ ଖାଇ ନଷ୍ଟ କରି ଦେଇଛି।

ସୂଚନାଯୋଗ୍ୟ, ଦନ୍ତା ହାତୀ ରାମୁ ଜଙ୍ଗଲରୁ ବାହାରି ପଡ଼ୁଥିବାରୁ ଏବେ ବନ ବିଭାଗ ଅନ୍ଧାରୁଆ ଗ୍ରାମର ମାଳିମଠାରେ ଜଗି ରହୁଛନ୍ତି। ଏହି ରାସ୍ତା ଦେଇ ୧୪ ଟିକିଆ ହାତୀ ପଲ ଗାଁ ଗହୀରକୁ ଯାଉଛନ୍ତି ବୋଲି ଅଭିଯୋଗ ହେଉଛି। କିଛି ଦିନ ତଳେ ଅନ୍ଧାରୁଆ ଗ୍ରାମର କିଛି ଯୁବକ ଓ ବନ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କାରଣ ବନ କର୍ମଚାରୀମାନେ ଜଗି ରହିବା ପରେ ମଧ୍ୟ ଏହି ୧୪ଟିକିଆ ହାତୀପଲ ଏବେ ଅନ୍ଧାରୁଆ, ଦାସପୁର, ଶ୍ୟାମପୁର ଓ ମଳିପଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି। ତେଣୁ ସନ୍ଧ୍ୟା ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଘରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe