ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଅନ୍ଧାର

Advertisment
ଶ୍ରୀଲିଙ୍ଗରାଜଙ୍କ ଭୋଗ ମାରା ହେବା ପ୍ରସଙ୍ଗ: ତୁଟିଲାନି ନୀତି ବିଭ୍ରାଟ ବିବାଦ, ୨ ଦିନ ଉପାସ ରହିଲେଣି ମହାପ୍ରଭୁ

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ଯୋଗୁଁ ଆଜି ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଂଧ୍ୟା ପ୍ରାୟ ୭ଟା ବେଳେ ମନ୍ଦିର ବାହାର ପାର୍ଶ୍ବରେ ଜଳୁଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ହଠାତ୍‌ ଲିଭି ଯାଇଥିଲା। କିଛି ସମୟ ପରେ ମନ୍ଦିର ଭିତରୁ ମଧ୍ୟ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ପୂରା ଅଞ୍ଚଳରେ ଘନ ଅନ୍ଧକାର ରାଜୁତି କରିଥିଲା। ଏ ନେଇ ‌କିଛି ସେବାୟତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କାର୍ଯ୍ୟାଳୟରେ କେହି ଫୋନ୍‌ ଉଠାଇ ନଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବ‌େ ପ୍ରାୟ ଅଧଘଣ୍ଟା ଧରି ଏମିତି ଅନ୍ଧାର ରହିବା ପରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe