Daily News
ବାରଙ୍ଗ : ଭୁବନେଶ୍ବର ବ୍ଲକ ଦାଢ଼ା ପଞ୍ଚାୟତର କାର୍ଯ୍ୟରତ ଜିଆରଏସ୍ ସୁନାକର ଜେନାଙ୍କୁ ନନ୍ଦନକାନନ ଥାନା ପୁଲିସ ଗିରଫ କରିଛି। ଜିଆରଏସ ଶ୍ରୀ ଜେନା ଦାଢ଼ା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେନ୍ଦ୍ର ବେହେରାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଶ୍ରୀ ବେହେରା ଗତ ୪ ତାରିଖରେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ବେହେରାଙ୍କ ଅଭିଯୋଗକୁ ଭିତ୍ତିକରି ନନ୍ଦନକାନନ ଥାନା ପୁଲିସ ଜିଆରସ୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନ୍ଆର୍ଇଜିଏସ୍ କାର୍ଯ୍ୟକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦରୁ ବିବାଦର ସୂତ୍ରପାତ ଘଟିଛି ବୋଲି ଜଣାପଡ଼ିଛି।
Follow Us