ଡୁମଡୁମାରେ ବୋହୂକୁ ମାଡ଼ ଘଟଣାରେ ପୁଲିସ ନିଷ୍କ୍ରିୟତାର ପ୍ରତିବାଦ

Advertisment
ଡୁମଡୁମାରେ ବୋହୂକୁ ମାଡ଼ ଘଟଣାରେ ପୁଲିସ ନିଷ୍କ୍ରିୟତାର ପ୍ରତିବାଦ

ଭୁବନେଶ୍ବର: ଶ୍ୱଶୁର ଓ ଦେଢଶୁର ମାଡ଼ ମାରିବା ଘଟଣାରେ ୪ ଦିନ ପରେ ନ୍ୟାୟ ପାଇଁ ବୋହୂ ଧାରଣା ଦେଇଛନ୍ତି। ବୋହୂଙ୍କୁ ମାଡ଼ମାରି ଦେଢଶୁର ଗିରଫ ହୋଇଥିବାବେଳେ ଜାମିନରେ ମୁକୁଳିଛନ୍ତି। ହେଲେ ପୁଲିସ କୋହଳ ଦଫା ଲଗାଇଥିବାରୁ ଜାମିନ ମିଳିଗଲା ବୋଲି ଅଭିଯୋଗ କରି ଆଜି ଶତାଧିକ ଲୋକଙ୍କୁ ଧରି ଶ୍ୱଶୁର ଘର ଆଗରେ ଧାରଣା ଦେଇଛନ୍ତି ପୀଡ଼ିତା ବିଷ୍ଣୁପ୍ରିୟା ।
ସ୍ୱାମୀଙ୍କ ବିବାହ ଅନ୍ୟତ୍ର ହେଉଥିବା ଖବର ପାଇ ଗତ ଶୁକ୍ରବାର ଏଠାରେ ପହଞ୍ଚିଥିଲେ ବିଷ୍ଣୁପ୍ରିୟା । ହେଲେ ଶ୍ୱଶୁର ଘର ଲୋକ ତାଙ୍କୁ ମାଡ଼ ମାରି ନାଳ ଭିତରେ ଫିଙ୍ଗି ଦେଇଥିବାର ଭିଡିଓ ଭାଇରାଲ ହୋଇଥିଲା ।

ଦିନକୁ ଦିନ ସମାଜରୁ ମାନବିକତା ହଜିଯାଉଛି । କରୋନା ମହାମାରୀ ସମୟରେ ଲୋକେ ଘାଣ୍ଟି ହେଉଥିବା ବେଳେ ଏପଟେ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବା ଘଟଣା ସାମ୍ନାକୁ ଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe