ଡିଏଭି ଚନ୍ଦ୍ରଶେଖରପୁରରେ ଜାତୀୟ ପୁସ୍ତକ ସପ୍ତାହ

ଡିଏଭି ଚନ୍ଦ୍ରଶେଖରପୁରରେ ଜାତୀୟ ପୁସ୍ତକ ସପ୍ତାହ

ଚନ୍ଦ୍ରଶେଖରପୁର: ପୁସ୍ତକର ବିକଳ୍ପ କିଛି ନାହିଁ। ବିଶ୍ୱ ସହିତ ଏହା ପାଠକକୁ ସଂଯୋଗ କରିବା ସହ ଆନନ୍ଦ ପ୍ରଦାନ କରିଥାଏ। କୌଣସି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ପୁସ୍ତକଠାରୁ ମୁହଁ ଫେରାଇ ନେବା ଉଚିତ ନୁହେଁ। ପୁସ୍ତକରେ ସର୍ବକାଳୀନ ଆଦର ସଭ୍ୟତା ବିକାଶର ମାନଦଣ୍ଡ ରୂପେ ପ୍ରତିପାଦିତ ହୋଇଥାଏ ବୋଲି ସ୍ଥାନୀୟ ଡିଏଭି ପବ୍ଲିକ୍‌ ସ୍କୁଲ, ଚନ୍ଦ୍ରଶେଖରପୁରରେ ଜାତୀୟ ପୁସ୍ତକ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ‘ଲେଖକଙ୍କ ସହ ଭାବ ବିନିମୟ’ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଗାଳ୍ପିକ ତଥା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ବିଦ୍ୟାଳୟର ଅଧ୍ୟକ୍ଷ ଡ. କେ.ସି. ଶତପଥୀ ସ୍ୱାଗତ ଭାଷଣ ଦେବା ଅବସରରେ ସୃଜନଶୀଳତାର ବିକାଶ ଏବଂ ପରିପୂର୍ଣ୍ଣ ବ୍ୟକ୍ତିତ୍ୱ ଗଠନରେ ପୁସ୍ତକର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହା ସହିତ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe