‘ସବୁ ପ୍ରକାର ସଂକୀର୍ଣ୍ଣତାରୁ ଛାତ୍ରସମାଜ ମୁକୁଳି ଆସିବା ଉଚିତ’

ଡିଏଭି ଚନ୍ଦ୍ରଶେଖରପୁରର ପ୍ରତିଷ୍ଠା ଦିବସ

‘ସବୁ ପ୍ରକାର ସଂକୀର୍ଣ୍ଣତାରୁ ଛାତ୍ରସମାଜ ମୁକୁଳି ଆସିବା ଉଚିତ’

ଭୁବନେଶ୍ୱର: ଭାରତବର୍ଷ ସମଗ୍ର ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଅପୂର୍ବ ମନ୍ତ୍ର ଦେଇଛି। ପଞ୍ଚମହାଭୂତ ଆମକୁ ବିଶାଳତାର ବାର୍ତ୍ତା ଦେଉଛି। ଆଜିର ଛାତ୍ରସମାଜ ସବୁ ପ୍ରକାର ସଂକୀର୍ଣ୍ଣତାରୁ ମୁକୁଳି ଆସି ଦେଶ ଓ ଦଶର ନିଷ୍କାମ ସେବାରେ ବ୍ରତୀ ହେବା ଉଚିତ୍‌ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମତପ୍ରକାଶ କରିଛନ୍ତି। ଡିଏଭି ପବ୍ଲିକ୍‌ ସ୍କୁଲ, ଚନ୍ଦ୍ରଶେଖରପୁରର ୩୦ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଫେସର ଲାଲ୍‌ ଏପରି କହିଛନ୍ତି। ମୁଖ୍ୟବକ୍ତା ଭାବେ ଏନ୍‌ସିଇଆର୍‌ଟିଇ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି ଭାରତବର୍ଷର ଶିକ୍ଷା ବ୍ୟବସ୍ଥାର ଏକ ସ୍ଥଳ ରୂପ ଉପସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ ଜିଜ୍ଞାସୁ ଓ ଲକ୍ଷ୍ୟନିଷ୍ଠ ହେବାକୁ ପରାମର୍ଶ ଦେଇଥିଲେ। ଇଂ. ପ୍ରିୟବ୍ରତ ଦାସ ଓ ଶନ୍ନୋଦେବୀଙ୍କ ପୌରୋହିତ୍ୟରେ ଆୟୋଜିତ ବୈଦିକ ଯଜ୍ଞାନୁଷ୍ଠାନରେ ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe