ଡିଏଭି ଚନ୍ଦ୍ରଶେଖରପୁରର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ

Advertisment
ଡିଏଭି ଚନ୍ଦ୍ରଶେଖରପୁରର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର : ଜୀବନର ବିଭିନ୍ନ ସୋପାନରେ ଆସୁଥିବା ବିଫଳତାର ମୁକାବିଲା କରି ସବୁ କ୍ଷେତ୍ରରେ ସଫଳ ହେବାର ଶିକ୍ଷା ଦେଇଥାଏ କ୍ରୀଡ଼ା। ସେଥିପାଇଁ ସବୁ ପାଠ୍ୟକ୍ରମରେ କ୍ରୀଡ଼ାକୁ ପ୍ରମୁଖ ସ୍ଥାନ ଦିଆଯାଇଥିବା ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍‌ ସ୍କୁଲ୍‌ର ବାର୍ଷିକ କ୍ରୀଡ଼ା ଉତ୍ସବକୁ ଉଦ୍‌ଘାଟନ କରି ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ ମତପ୍ରକାଶ କରିଛନ୍ତି। ବିଦ୍ୟାଳୟର ଚେୟାରମ୍ୟାନ୍‌ ମଦନମୋହନ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ. କେଶବ ଚନ୍ଦ୍ର ଶତପଥୀ କ୍ରୀଡ଼ା କ୍ଷେତ୍ରରେ ବିଦ୍ୟାଳୟ ହାସଲ କରିଥିବା କୃତିତ୍ୱ ବିଷୟରେ ସୂଚନା ଦେଇଥିଲେ। ପ୍ରଥମେ ୪ଟି ଯାକ ହାଉସ୍‌ର ମାର୍ଚ୍ଚପାଷ୍ଟ, ବ୍ୟାଣ୍ଡ୍‌ ବିଚିତ୍ରା ପରିବେଷିତ ହୋଇଥିଲା। ଏଆରଡିପ୍‌ ଗମ୍ଭୀର ସଂଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟ, ହେଡ୍‌ମିଷ୍ଟ୍ରେସ୍‌ ସଂଜିତା ସାହୁ, ଅନ୍ୟ ଡିଏଭି ବିଦ୍ୟାଳୟର ଅଧ୍ୟକ୍ଷଅଧ୍ୟକ୍ଷାମାନେ ମଞ୍ଚାସୀନ ଥିଲେ। ଲକ୍ଷ୍ମୀଧର ରାଉତରାୟ ଓ ଈଶା ଇପ୍‌ସିତା ଶତପଥୀ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନକାରୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe