ଡିଏଭି ଚନ୍ଦ୍ରଶେଖରପୁରରେ ପୁରସ୍କାର ପ୍ରଦାନ ସମାରୋହ

Advertisment
ଡିଏଭି ଚନ୍ଦ୍ରଶେଖରପୁରରେ ପୁରସ୍କାର ପ୍ରଦାନ ସମାରୋହ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ ସ୍କୁଲ୍‌ର ବାର୍ଷିକ ପୁରସ୍କାର ପ୍ରଦାନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ସୁଦର୍ଶନ ସାହୁ ତାଙ୍କ ସଂଘର୍ଷମୟ ଯାତ୍ରାର ଇତିବୃତ୍ତ ଉପସ୍ଥାପନ କରିବା ସହ ଛାତ୍ର ସମାଜ ସର୍ବଦା ଭିନ୍ନ କିଛି ଭଲ କରିବାର ସଂକଳ୍ପ ନେବା ଉଚିତ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଡାକ୍ତର ମାଧବାନନ୍ଦ କର ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡ. କେ.ସି. ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଚେୟାରମ୍ୟାନ ଶରତଚନ୍ଦ୍ର ମିଶ୍ର, ପ୍ରତିଭା ମିଶ୍ର, ଡିଏଭି କଳିଙ୍ଗନଗର ଚେୟାରମ୍ୟାନ୍ ମଦନ ମୋହନ ପଣ୍ତା, ଡିଏଭି ପୋଖରୀପୁଟ ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।

ଏହି ଅବସରରେ ଗତ ୨ବର୍ଷର ସିବିଏସ୍‌ଇ ଓ ଅନ୍ୟାନ୍ୟ ସମ୍ମାନଜନକ ସର୍ବଭାରତୀୟ ପରୀକ୍ଷାର କୃତୀ ବିଦ୍ୟାର୍ଥୀ, କୃତିତ୍ବ ଅର୍ଜନକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅଣଶିକ୍ଷକ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସଂଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ରୋଜି ପରିଜା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe