ଭୁବନେଶ୍ବର : କଳିଙ୍ଗ ନଗରସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲ୍ରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଅଧୀନସ୍ଥ ନୀତି ଆୟୋଗ ଦ୍ବାରା ପରିଚାଳିତ ଅଟଳ ଟିଙ୍କରିଂ ପ୍ରୟୋଗଶାଳାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ଇଲେକ୍ଟ୍ରୋନିକ୍ସ ଗବେଷଣା ଓ ଉନ୍ନୟନ ବିଭାଗର ଡିନ୍ ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣାଲବ୍ଧ ଜ୍ଞାନର ଉପଯୋଗ ଓ ବିକାଶ ଦିଗରେ ଏହି ପ୍ରୟୋଗଶାଳା ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରୟୋଗାତ୍ମକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଏହି ପ୍ରୟୋଗଶାଳାରୁ ପ୍ରଶିକ୍ଷିତ ହୋଇ ରାଜ୍ୟ ଓ ଜାତୀୟ ସ୍ତରରେ ଆୟୋଜିତ ପ୍ରକଳ୍ପ ପ୍ରଦର୍ଶନୀରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍କୁଲ୍ର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ଡିଏଭି, କଳିଙ୍ଗ ନଗରରେ ଅଟଳ ଟିଙ୍କରିଂ ପ୍ରୟୋଗଶାଳାର ବାର୍ଷିକ ଉତ୍ସବ
Advertisment
Follow Us