ଡିଏଭି ପୋଖରୀପୁଟ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

Advertisment
ଡିଏଭି ପୋଖରୀପୁଟ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ସପ୍ତବିଂଶତମ ପ୍ରତିଷ୍ଠା ଦିବସ ଅବସରରେ ଡିଏଭି ପବ୍ଲିକ ୍‌ସ୍କୁଲ୍‌ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ମଦନ ମୋହନ ପଣ୍ଡା ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଶିବିରରୁ ୭୬ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ପ୍ରତିଷ୍ଠା ଦିବସର କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାତଃ ୬.୩୦ରେ ବିଦ୍ୟାର୍ଥୀମାନଙ୍କ ଦ୍ଵାରା ସାମୂହିକ ବେଦପାଠ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ରୂପେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି ଯୋଗଦେଇ ଭୁବନେଶ୍ୱରର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷାରେ ଜାତି ସୁରକ୍ଷିତ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ସଚେତନଧର୍ମୀ ବାର୍ତା ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାମୂହିକ ସଂଗୀତ ‘ୟେ ଦିନ୍‌ ହେ, ୟେ ଶୁଭ ଦିନ ହେ...’ ପରିବେଷିତ ହୋଇଥିଲା। ବିଦ୍ୟାଳୟର ୨୫ ବର୍ଷ ଅତିବାହିତ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ବିବିଧ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ପ୍ରତିଯୋଗିତାରେ ଉଭୟ ଚାମ୍ପିଅନ୍‌ ଓ ରନର୍ସଅପ୍‌ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା। ଡିଏଭି ବିଦ୍ୟାଳୟ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ‘ବିଫଳତା କେବେ ବି ନିର୍ଣ୍ଣାୟକ ନୁହେଁ କି ସଫଳତା କେବେବି ଚିରସ୍ଥାୟୀ ନୁହେଁ’ ଏହି ଉକ୍ତିକୁ ଆଧାର କରି ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ସଂଗଠିତ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‌ ମଦନ ମୋହନ ପଣ୍ଡା ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟ ସର୍ବଭାରତୀୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବାରେ ସକ୍ଷମ ହୋଇଛି ବୋଲି କହିଥିଲେ। ଅଧ୍ୟକ୍ଷା ଡ. ସୁଜାତା ସାହୁ ସ୍ୱାଗତ ପରିଚୟ ପ୍ରଦାନ ପୂର୍ବକ ବିଦ୍ୟାଳୟର କୃତିତ୍ଵ ସଂପର୍କରେ ଆଲୋକପାତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ବିଚିତ୍ରା ‘ନମୋ ନମୋ ଭାରତମ୍ବେ...’ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe