ପୋଖରୀପୁଟ ଡିଏଭି ଶିକ୍ଷୟିତ୍ରୀ ପୁରସ୍କୃତ

Advertisment
ପୋଖରୀପୁଟ ଡିଏଭି ଶିକ୍ଷୟିତ୍ରୀ ପୁରସ୍କୃତ

ଭୁବନେଶ୍ୱର : ସେଣ୍ଟର୍‌ ଫର୍‌ ଏଜୁକେସ୍‌ନାଲ୍‌ ଡେଭଲପ୍‌ମେଣ୍ଟ୍‌ ପକ୍ଷରୁ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୋଖରୀପୁଟ ଡିଏଭି ସ୍କୁଲ୍‌ର ଶିକ୍ଷୟିତ୍ରୀ ସୁପ୍ରବୀଣା ଦାସଙ୍କୁ ‘ବେଷ୍ଟ କ୍ରିଏଟିଭ୍‌ ଟିଚର୍‌’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଗତ ୧୩ ତାରିଖରେ ଆଗ୍ରାର ଜେ ପି ଅଡିଟୋରିୟମ୍‌ରେ ଆୟୋଜିତ ଏକ ଉତ୍ସବରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କୃତିତ୍ୱ ପାଇଁ ଡିଏଭି ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥୀ, ଚେୟାରମ୍ୟାନ୍‌ ମଦନ ମୋହନ ପଣ୍ଡା ଓ ଅଧ୍ୟକ୍ଷା ଡକ୍ଟର୍‌ ସୁଜାତା ଶ୍ରୀମତୀ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe