ଶୁଖିଲା ପଡ଼ିଛି ଦୟାେଓ୍ଵଷ୍ଟ୍‌ କେନାଲ : ଉତ୍କଟ ହେଉଛି ପାଣି ସମସ୍ୟା

ଶୁଖିଲା ପଡ଼ିଛି ଦୟାେଓ୍ଵଷ୍ଟ୍‌ କେନାଲ : ଉତ୍କଟ ହେଉଛି ପାଣି ସମସ୍ୟା

ଚନ୍ଦ୍ରଶେଖରପୁର : କୃଷି କାର୍ଯ୍ୟ ଓ ଜନସାଧାରଣଙ୍କ ଜଳକଷ୍ଟ ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୟାେଓ୍ଵଷ୍ଟ କେନାଲ ଗତ ୬ ମାସ ହେଲା ଶୁଖିଲା ପଡ଼ିଛି। ବାରଙ୍ଗରୁ ଦୟା ନଦୀ ପର୍ଯର୍୍ୟନ୍ତ ପଡ଼ିିଥିବା ଦୟାେଓ୍ଵଷ୍ଟ କେନାଲ୍‌ରେ ପାଣି ଟୋପେ ନାହିଁ। ଖରାଦିନ ଆରମ୍ଭ ହେବାର ଢେର୍‌ ପୂର୍ବରୁ ବାରଙ୍ଗ ଓ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ପାଞ୍ଚଟି ପଞ୍ଚାୟତ ସମେତ ରାଜଧାନୀ ଉପକଣ୍ଠର ବିଭିନ୍ନ ଅଞ୍ଚଳକୁ ପାଣି ଯୋଗାଉଥିବା ଏହି କେନାଲର ଏପରି ଦୁରାବସ୍ଥା ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି।

ବର୍ତମାନ ପ୍ରଚଣ୍ଡ ଗ୍ରୀଷ୍ମରେ ଜଳାଭାବ ଉତ୍କଟ ହେଉଥିବା ବେଳେ ଦୟାେଓ୍ଵଷ୍ଟ କେନାଲ ଏହି ଅବସ୍ଥା ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। ପୂର୍ବରୁ ଜଳସେଚନ ବିଭାଗ କେନାଲ ମରାମତି ହେଉଥିବା ବାହାନା ଦେଖାଇ ପାଣି ଛାଡ଼ୁ ନଥିଲା। ମାତ୍ର ବର୍ତମାନ ସମୟରେ କେନାଲ୍‌ରେ କୌଣସି କାର୍ଯ୍ୟ ହେଉ ନଥିଲେ ବି ବିଭାଗ ପକ୍ଷରୁ ବାରଙ୍ଗସ୍ଥିତ କାନପୁର କେନ୍ଦୁପାଟଣା ବାସୁଆ ବ୍ରିଜ୍‌ କେନାଲ ଫାଟକ ବନ୍ଦ ରଖାଯାଇ ପାଣିକୁ ଅଟକା ଯାଇଛି।

ସ୍ଥାନୀୟ ଅଞ୍ଚଳରେ ଭୂତଳ ଜଳସ୍ତର କ୍ରମଶଃ କମିବାରେ ଲାଗିଛି। ପୋଖରୀ, ନାଳ କିମ୍ବା ଚୁଆରେ ପାଣି ଟୋପେ ନାହିଁ। ପିଇବା ପାଣି ସମସ୍ୟା ଭୟଙ୍କର ରୂପ ନେଉଛି। ମୌସୁମୀ ଆସିବାକୁ ଆହୁରି ଅନେକ ଦିନ ବାକି ଥିବାରୁ ଏହି ଅଞ୍ଚଳରେ ପାଣି ପାଇଁ ଅନେକ ସମସ୍ୟା ସୃଷ୍ଟି ହେଲାଣି। ସ୍ଥାନୀୟ ଅଧିବାସୀ ପାଣି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଲୋକପ୍ରତିନିଧି ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ହେଁ ବାସୁଆ ଫାଟକ ନିକଟରେ ଉପଯୁକ୍ତ ପରିମାଣରେ ଜଳ ସଞ୍ଚିତ ହେଉ ନଥିବାରୁ କେନାଲ୍‌ରେ ପାଣି ଛଡ଼ାଯାଉ ନଥିବା ବିଭାଗୀୟ ଅଧିକାରୀମାନେ କହୁଛନ୍ତି ବୋଲି ସ୍ଥାନୀୟ ଜନପ୍ରତିନିଧି ସୁବାସ ପାତ୍ର କହିଛନ୍ତି। ଏହି କାରଣରୁ କୃଷିକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ପୋଖରୀ ଓ ଚୁଆରେ ପାଣି ନଥିବାରୁ ବନ୍ୟପ୍ରାଣୀମାନେ ମଧ୍ୟ ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଛନ୍ତି। ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ଅଞ୍ଚଳରେ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ମଞ୍ଚେଶ୍ୱର, ରଙ୍ଗମାଟିଆ, ଗାଡ଼କଣ, ଭୋଟପଡ଼ା, ଡମଣା ଓ ପଟିଆ ବାସିନ୍ଦାଙ୍କୁ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବାରୁ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe